ଆମେ ରାସ୍ତାର ବାମ ପଟେ ଯାଉ କାହିଁକି ?

1 min read

କଣ ଆପଣ ଜାଣନ୍ତି ରାସ୍ତାର ବାମ ପଟରେ କାହିଁକି ଚାଲନ୍ତି ଲୋକ ? ଗାଡ଼ି ମୋଟର ଯିବା ଆସିବା କରେ ବାମ ପଟରେ  । କଣ ଏହାର କାରଣ ? କିଏ କରିଛି ଏ ନିୟମ ? ଡାହାଣ ପଟରେ ଷ୍ଟିୟରିଂ ଥିବା ସତ୍ତ୍ବେ ଆମେ ବାମ ପଟରେ କାହିଁକି ଚଲାନ୍ତି ଗାଡ଼ି ?

ଅଧିକାଂଶ ଦେଶରେ ୧୮ଶହ ଶତାବ୍ଦୀରୁ ସଡ଼କର ବାମ ପାର୍ଶ୍ବରେ ଚାଲିବା ଆରମ୍ଭ ହୋଇଥିଲା  । ଏହି ନିୟମ ପ୍ରଥମ ଥର ରୋମାନ ସାମ୍ରାଜ୍ୟରୁ ଆରମ୍ଭ ହୋଇଥିଲା । ଆମେ ଜଣାଉଛୁ ଆପଣଙ୍କୁ ତିନିଟି କାରଣ  ।

HanoverCropWalk

୧. ପ୍ରାଚୀନ କାଳରେ ସଡ଼କରେ ଚାଲିବା ଜମା ବି ସୁରକ୍ଷିତ ନଥିଲା । ସାମ୍ନାରୁ ଆସୁଥିବା ଚୋର ଡକାୟତଙ୍କ ଠାରୁ ନିଜକୁ ବଞ୍ଚାଇବା ଚ୍ୟାଲେଞ୍ଜିଂ ଥିଲା । ଯେହେତୁ ଅଧିକାଂଶ ଲୋକ ଡାହାଣ ହାତରେ କାମ କରନ୍ତି, ଏହି କାରଣରୁ ବାମ ପଟେ ଚାଲିଲେ ସମ୍ମୁଖରୁ ଆସୁଥିବା ଶତ୍ରୁକୁ ଡାହାଣ ହାତରେ ମୁକାବିଲା କରିହେବ  ।

୨. ବାମପଟେ ଚାଲୁଥିବା ଲୋକ ସାମ୍ନାରୁ ଆସୁଥିବା ମିତ୍ର ସହ ଡାହାଣ ହାତ ମିଳେଇପାରିବ  ।

୩. ପୋବ ବନିଫିସ ଅଷ୍ଟମ ବିଭିନ୍ନ ଦେଶରୁ ରୋମକୁ ଆସୁଥିବା ଲୋକଙ୍କ ପାଇଁ ସଡ଼କର ବାମ ପଟେ ଗାଡ଼ି ଚଳାଇବା ନିୟମ କରିଥିଲେ  । ସେବେଠାରୁ ଅଧିକରୁ ଅଧିକ ଲୋକ ଏହି ନିୟମ ପାଳିବା ଆରମ୍ଭ କରିଦେଇଥିଲେ  । ତେଣୁ ସବୁ ପାଶ୍ଚାତ୍ୟ ଦେଶରେ ଏହି ନିୟମ ପାଳନ ଆରମ୍ଭ ହୋଇଥିଲା  ।

 

ଏହି ସବୁ କାରଣରୁ ରାସ୍ତାର ବାମ ପଟେ ଚାଲନ୍ତି ଲୋକ  । ପରେ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ରାସ୍ତାର ଡାହାଣ ପଟେ ଚାଲିବା ପାଇଁ ନିୟମ କରିଛନ୍ତି  ।

  ')}

Leave a Reply