ମାଲାୟଲମ ଅଭିନେତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସାମନାକୁ ଆସିଲା ରୋଚକ ତଥ୍ୟ

ମୁମ୍ବାଇ: ଚର୍ଚ୍ଚିତ ମାଲାୟଲମ୍ ଅଭିନେତ୍ରୀ ରଞ୍ଜୁସ ମେନନଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଏକାଧିକ ହିଟ୍ ଫିଲ୍ମରେ ଅଭିନୟ କରିଥିବା ରଞ୍ଜୁଙ୍କ ମୃତଦେହ କେରଳର ଥିରୁଅନନ୍ତପୁରମ୍ ସ୍ଥିତ ତାଙ୍କ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ରଞ୍ଜୁ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ରଞ୍ଜୁସ୍ ନିଜ ସ୍ବାମୀ ମନୋଜଙ୍କ ସହ କରିୟମ ଫ୍ଲାଟରେ ରହୁଥିଲେ । ତେବେ ମାତ୍ର ୩୫ ବର୍ଷ ବୟସରେ ରଞ୍ଜୁସ କାହିଁକି ଜୀବନ ହାରିଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସ୍ତ୍ରୀ, ନିଝାଲାତମ୍ ସିରିଏଲ୍ ପାଇଁ ଖୁବ୍ ଚର୍ଚ୍ଚିତ ଥିଲେ ରଞ୍ଜୁସ୍ ।  ମନୋରମାର ରିପୋର୍ଟ ଅନୁସାରେ ଗତକିଛି ମାସ ଧରି ରଞ୍ଜୁସ୍ ଅର୍ଥିକ ଅଭାବ ମଧ୍ୟରେ ରହିଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ରହିଥିଲେ । କିଛି ବନ୍ଧୁଙ୍କ ସହ ସେ ଏ ସବୁ କଥା ସେୟାର କରିଥିଲେ ମଧ୍ୟ ପରିବାର ଲୋକଙ୍କୁ ସେ କେବେବି ଏ ସଂପର୍କରେ ସୂଚନା ଦେଇନଥିଲେ ।  ବିଭିନ୍ନ ମାଲାୟଲମ୍ ଫିଲ୍ମ ଓ ସିରିଏଲରେ କାମ କରିବା ଅପେକ୍ଷା କିଛି ପ୍ରୋଜେକ୍ଟରେ ଲାଇନ୍ ପ୍ରଡ୍ୟୁସରଭାବେ କାର୍ଯ୍ୟ କରିଥିଲେ । ଫିଲ୍ମ ସିଟି ଅଫ୍ ଗଡ, ବମ୍ବେ ମାର୍ଚ୍ଚ ୧୨, ଲିସାମାୟୁଡେ ଭେଡୁ, ଅଥଭୁଥ ଦୀପୁ, କାର୍ଯ୍ୟସ୍ଥାନ ପ୍ରମୁଖ ତାଙ୍କର ହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ ।