ଓ୍ବେବ ସିରିଜ ହୋଇଥାନ୍ତା ’ପୁଷ୍ପା’, ଫିଲ୍ମର ଖଳନାୟକ କହିଲେ କାହିଁକି ନିର୍ମାଣ ହେଲା ଫିଲ୍ମ
ନନ୍ଦିଘୋଷ ବ୍ୟୁରୋ: ଆଲ୍ମୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ୨ ଏବେ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ବିଶ୍ବବ୍ୟାପୀ କଲେକ୍ସନ ଏବେ ୮୮୦ କୋଟିରୁ ଅଧିକ ହୋଇଛି । ତେବେ ଆଗାମୀ ଦିନରେ ଫିଲ୍ମ ଆହୁରି ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛି । ଯଦିଓ ସୋମବାର ବ୍ୟବସାୟ ଟିକେ କମିଛି କିନ୍ତୁ ଛୁଟି ଦିନରେ ପୁଣି ବଢ଼ିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏବେ ଏକ ଖବର ଶୁଣିବାକୁ ମିଳିଛି କି, ଏହି ସଫଳ ଫିଲ୍ମ ପଛର ଏକ ବଡ଼ କାହାଣୀ । ଫିଲ୍ମର ଖଳନାୟକ କହିଛନ୍ତି କି, ଏହା ପ୍ରଥମେ ଏକ ଓ୍ବେବ ସିରିଜ ପାଇଁ ଯୋଜନା କରାଯାଇଥିଲା । ମାତ୍ର ଫିଲ୍ମ ନିର୍ମାତା ଏହାକୁ ଫିଲ୍ମ କରିବାର ଯୋଜନା କରିଥିଲେ । ନେଟଫ୍ଲିକ୍ସରେ ଏହି ଓ୍ବେବ ସିରିଜ ରିଲିଜ ହୋଇଥାନ୍ତା । ଯେଉଁ କାରଣରୁ ପ୍ରଥମରୁ ସୁଟିଂ ସମୟରେ କିଛି ସିନ ବାରମ୍ବାର ସୁଟିଂ ଏବଂ କଟ ମଧ୍ୟ ହୋଇଥିଲା ।
ଖଳନାୟକ ଫହାଦ କହିଛନ୍ତି କି, ତାଙ୍କୁ ପ୍ରଥମେ ପୁଷ୍ପା ସମ୍ପର୍କରେ କୁହାଯାଇଥିଲା । ଏଥିରେ ତାଙ୍କ ଚରିତ୍ର ଏବଂ କେବଳ ପୋଲିସ ଷ୍ଟେସନ ସମ୍ପର୍କରେ କୁହାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ନାୟକଙ୍କର କୌଣସି ଜଣାଶୁଣା ବ୍ୟକ୍ତି ନଥିଲା । କିନ୍ତୁ ସେ ନିଜର ପରିଶ୍ରମ ବଳରେ ବଡ଼ ଲୋକ ହୋଇଛି । ଏହି କାହାଣୀ ମଧ୍ୟ ଶୁଣିବାକୁ ବେଶ ଖୁସି ଲାଗିଥିଲା । ତେବେ ଲାଲ ଚନ୍ଦନ କଥା ପ୍ରଥମରୁ ନଥିଲା । ପରେ ସୁକୁମାର ସାହାବ ଯେଉଁଥି ଆରମ୍ଭ କରିଥିଲେ ସେଠି ଶେଷ କରିବାର ଯୋଜନା କରିଥିଲେ । ସେପଟେ କିଛିଦିନ ପୂର୍ବରୁ ନିର୍ମାତା ସୁକୁମାର ମଧ୍ୟ କହିଥିଲେ କି, ଦ୍ବିତୀୟ ପାର୍ଟ ସମ୍ପର୍କରେ ତାଙ୍କୁ ଚେରି ଆଇଡିଆ ଦେଇଥିଲେ । ଯେଉଁଥି ପାଇଁ ସେ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏବେ କହି ରଖୁଛୁ କି, ଶେଷ ଖବର ସୁଦ୍ଧା ପୁଷ୍ପାର ପାର୍ଟ ୧ ଏବଂ ପାର୍ଟ ୨ ମିଶି ୧୨୩୦ କୋଟି ଟଙ୍କାରୁ ଅଧିକ ରୋଜଗାର କଲାଣି । ପୁଷ୍ପାର ପାର୍ଟ ୨ ହଜାରେ କୋଟି କ୍ଲବରେ ସାମିଲ ହେବ ବୋଲି ମଧ୍ୟ ଆଶା ରଖାଯାଇଛି ।