ଥିଲେ ଡିଜିପି, ହେଲେ ଓଏସଡି

1 min read

ଭୁବନେଶ୍ୱର: ଡିଜିପି ଭାବେ ଦାୟିତ୍ୱ ନେବାର ମାତ୍ର ୩ ମାସ ୧୩ ଦିନ ପରେ ବିକେ ଶର୍ମାଙ୍କୁ ଅପସାରଣ କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି ।

BK Sharma

କଣ ଥିଲା ଅଭିଯୋଗ ?

ଅଗ୍ନିଶମ ଡିଜି ଦାୟିତ୍ୱରେ ଥିବାବେଳେ ବହୁ ସଂଖ୍ୟାରେ ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ୍ ଆବେଦନ ପଡ଼ି ରହିଥିଲା । ଏପରିକି ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ମେଡିକାଲ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ଫାୟାର ସେଫଟି ସାର୍ଟିଫିକେଟ୍ ପାଇନଥିବା ଅଭିଯୋଗ ହୋଇଥିଲା । ଫାୟାର ସେଫଟି ସାର୍ଟିଫିକେଟ୍ ପ୍ରଦାନରେ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ଏପରିକି ପୋଲିସ ବିଭାଗ ତରଫରୁ ଟ୍ରାଫିକ ନିୟମର ଆଳ ଦେଖାଇ ବିଭିନ୍ନ ମଲ୍ ଉପରେ ପୋଲିସ ଚଢ଼ାଉ କରାଯାଇଥିଲା । ତେବେ, ଏହି ଚଢ଼ାଉରୁ ହିଁ ଆରମ୍ଭ ହୋଇଥିଲା ସନ୍ଦେହର ସୂତ୍ରପାତ । ନିକଟରେ କମିଶନରେଟ ପୋଲିସ କଳ୍ପନା ଛକ ନିକଟରେ ଥିବା କନିକା ମଲ ସମେତ ବିଭିନ୍ନ ମଲ ଉପରେ ଚଢ଼ାଉ କରିଥିଲା । ଏବଂ ଆବେଦନ ଓ ସବୁ ସର୍ତ୍ତ ପାଳନ ସତ୍ତ୍ୱେ ସେମାନଙ୍କୁ ସମୟାନୁସାରେ ଫାୟାର ସେଫଟି ଲାଇସେନ୍ସ ଦିଆଯାଉନଥିଲା । ଏ ସମ୍ପର୍କରେ ଅଭିଯୋଗ ଉଠିବା ପରେ ବିଏମସି ଓ ପୋଲିସ ବିଭାଗ ମଧ୍ୟରେ ବେଶ୍ ଛକାପଞ୍ଚା ଆରମ୍ଭ ହୋଇଥିଲା । ପରିଣାମରେ ଅନିୟମିତତାର ଅଭିଯୋଗ ଅଣାଯାଇ ରାତାରାତି ବିଜୟ କୁମାର ଶର୍ମାଙ୍କୁ ହଟାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଗତକାଲି ଏହାର ପରୋକ୍ଷ ଆଭାସ କିଛି ମାତ୍ରାରେ ମିଳିଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ବଡ଼ିଆଙ୍କ ହାତରୁ କାଢ଼ି ତଳ ତଳିଆ ଫାୟାର ଅଫିସରଙ୍କ ହାତରେ ଫାୟାର ସେଫଟି ପ୍ରମାଣପତ୍ର ଦେବାର ଅଧିକାର ଦେଇଥିଲେ । ଯାହାଫଳରେ 5T ସୁଶାସନ ବ୍ୟବସ୍ଥା ଅଗ୍ନିଶମ ବିଭାଗରେ ମଧ୍ୟ ହୋଇ ପାରିବ । ଏହି ବଦଳି ବରିଷ୍ଠ ଆଇପିଏସ ସ୍ତରରେ ହଲଚଲ ସୃଷ୍ଟି କରିଛି । ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଡିଜିପି ପଦ ସହ ଅଗ୍ନିଶମ ସେବା ନିର୍ଦ୍ଦେଶକ ପଦରୁ ଅପସାରଣ କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ।

ଏଥିସହ ବିକେ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସରକାର ୩ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ପ୍ରମୁଖ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ବିଭାଗ ସଚିବ ରହିଛନ୍ତି । ଏହି କମିଟି ଫାୟାର ସେଫଟି ସାର୍ଟିଫିକେଟର ତଦନ୍ତ କରିବ ।

https://nandighoshatv.com1986-batch-ips-abhay-appointed-as-odisha-dgp/

Leave a Reply