ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାକିସ୍ତାନର ପରାଜୟକୁ ନେଇ ଏମିତି କହିଲେ ଭାରତର ପୂର୍ବତନ କ୍ରିକେଟର

ଚେନ୍ନାଇ: ଭାରତରେ ଅନୁଷ୍ଠିତ ହୋଇଥିବା ବିଶ୍ବକପରୁ ପାକିସ୍ତାନ ଏକପ୍ରକାର ବାହାର ହୋଇଛି । ସେମିଫାଇନାଲରେ ପାକିସ୍ତାନ ପହଞ୍ଚିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଶୁକ୍ରବାର ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ଭେଟିଥିବାବେଳେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ ସମୟରେ ହାରିଛି । ଦୁଃଭାଗ୍ୟ ବଶତଃ ଦଳର ପରାଜୟ ହୋଇଥିବାବେଳେ ଏହି ମ୍ୟାଚକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଛି । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଳର ପରାଜୟ ହୋଇଥଥିବା ପାକିସ୍ତାନୀ କ୍ରିକେଟର ଏବଂ ପ୍ରଂଶସକମାନେ ଯୁକ୍ତି ବାଢ଼ୁଛନ୍ତି । ତେବେ ଏହାକୁ ନେଇ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।

ଭଜି ଏକ୍ସରେ ପୋଷ୍ଟ କରିଛନ୍ତି କି, ବ୍ୟାଡ ଅମ୍ପାୟାରିଂ । ଯାହାକୁ ନେଇ ଏବେ ବହୁ ଚର୍ଚ୍ଚା ମଧ୍ୟ ହେଉଛି । ସେ କହିଛନ୍ତି କି, ଡିଆରଏଓ ନେବା ଟିମ ଉପରେ ନିର୍ଭର କରେ । କିନ୍ତୁ ଅମ୍ପାୟାରଙ୍କ ନିଷ୍ପତି ବେଶ ଗୁରୁତ୍ବପୂର୍ଣ୍ଣ । ଟେକ୍ନୋଲୋଜିର ଏତେ ବ୍ୟବହାର ହେଉଥିବାବେଳେ କାହିଁକି ଏଭଳି ହେଉଛି । କାଲି ଭାରତ ସହ ମଧ୍ୟ ଏଭଳି ଘଟିପାରେ । ଭଜିଙ୍କ ସହ ଇରଫାନ ପଠାନ ମଧ୍ୟ ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତିକୁ ନେଇ ପୋଷ୍ଟ କରିଛନ୍ତି ।

ସେପଟେ ପାକିସ୍ତାନ ଅଧିନାୟକ ବାବର ଆଜମ ରାଗିଥିବା ଦେଖିବାକୁ ମିଳିଥିଲା ।  ଏହାସହ ବାବର କହିଛନ୍ତି, ଏହି ମ୍ୟାଚ୍ ଜିତି ସେମିଫାଇନାଲ ରେସରେ ରହିବାର ସୁଯୋଗ ଥିଲା । କିନ୍ତୁ ଏହି ସୁଯୋଗକୁ ଆମେ ହାତଛଡା କଲୁ । କିନ୍ତୁ ଆଗାମୀ ୩ଟି ମ୍ୟାରେ ଜିତିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବାବର । ଏହାବାଦ୍ ନିଜ ଟିମର ବ୍ୟାଟରଙ୍କୁ ମଧ୍ୟ ଦୋଷ ଦେଇଛନ୍ତି ବାବର । ଏଭଳି ଫଳାଫଳ ବହୁତ ନିରାଶଜନକ । ସହଳ ୱିକେଟ ପଡିବା କାରଣରୁ ଆମେ ଚାପରେ ଥିଲେ ମଧ୍ୟ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲୁ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ୧୦ରୁ ୧୫ ରନ୍ କମ କରିଥିଲୁ । ତେବେ ଆମ ଦଳର ଦ୍ରୁତ ବୋଲର ଦମଦାର ବୋଲିଂ ଜରିଆରେ କମବ୍ୟାକ୍ କରିଥିଲେ । ସେମାନଙ୍କୁ ଯେତେ ପ୍ରଂଶସା କଲେ ମଧ୍ୟ କମ ପଡିବ । କିନ୍ତୁ ଫଳାଫଳ ଆମ ସପକ୍ଷରେ ନଯିବା ହିଁ ବଡ ଦୁଭାଗ୍ୟ ।