spot_img

Latest Posts

ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: ଗାଁଠାରୁ ସହର ଉତ୍ସବମୁଖର

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ। ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏଥିଲାଗି ଚଳଚଞ୍ଚଳ ସାରା ଦେଶ। ଗାଁଠାରୁ ସହର ଉତ୍ସବମୁଖର। ତ୍ରିରଙ୍ଗା ପତାକା ଲହରାଇ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଦେଶ। ଏହି ଅବସରରେ ରଂଗାରଂଗ ପରେଡର ଆୟୋଜନ ହେବ। କର୍ତ୍ତବ୍ୟପଥରେ ସମ୍ମିଳିତ ପରେଡ ଅନୁଷ୍ଠିତ ହେବ। ସେନା, ସିଆରପିଏଫ, ବିଏସଏଫ୍‌, ବାୟୁସେନା, ନୌସେନା ସମେତ ବିଭିନ୍ନ କଣ୍ଟିଜେଣ୍ଟ ପରେଡ ପ୍ରଦର୍ଶନ କରିବେ। ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋବୋ ସୁବିଅନ୍ତୋ। ଏହି ପରେଡରେ ଇଣ୍ଡୋନେସିଆର ୩୫୨ ସଦସ୍ୟ ବିଶିଷ୍ଟ ମାର୍ଚ୍ଚିଂ ଓ ବ୍ୟାଣ୍ଡ କଣ୍ଟିଜେଣ୍ଟ ଭାଗ ନେବେ। ଭାରତ ଇତିହାସରେ ପ୍ରଥମ ଥର ଲାଗି ସାଧାରଣତନ୍ତ୍ର ଦିବସ ପରେଡରେ ଇଣ୍ଡୋନେସିଆ କଣ୍ଟିଜେଣ୍ଟ ଭାଗ ନେବ। ପରେଡ ସହ ରଂଗାରଂଗ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ। ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Latest Posts

Don't Miss