ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କହିଲା କରୋନାର ହୋଇନାହିଁ ଅନ୍ତ
1 min read
ନୂଆଦିଲ୍ଲୀ: କରୋନାର ଅନ୍ତ ହୋଇନାହିଁ । କୋଭିଡ-୧୯ ବର୍ତ୍ତମାନ ଏନଡେମିକ ସ୍ଥିତିରେ ରହିଛି ବୋଲି ଭାବିବା ଭୁଲ୍ । ଏବେ ବି ବିଶ୍ୱରେ କୋଭିଡ-୧୯ ମହାମାରୀ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ ସଂକଟ ସଂପୂର୍ଣ୍ଣ ଭାବେ ଟଳି ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି । କୌଣସି ଏକ ନିର୍ଦ୍ଦିଷ୍ଟ ଋତୁରେ କରୋନା ଯେ ବ୍ୟାପିବ, ସେ ନେଇ କୌଣସି ତଥ୍ୟ ନାହିଁ । ଚୀନର ସାଂଘାଇ ସମେତ ଅନ୍ୟ କିଛି ସହରରେ କୋରୋନାର ଚତୁର୍ଥ ଲହର ବ୍ୟାପିଛି । ଭାରତରେ ରାଜଧାନୀ ଦିଲ୍ଲୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନରେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଗୁରୁତ୍ବ ବହନ କରୁଛି ।