ବିହାର ନିର୍ବାଚନରେ ବ୍ଲାକ ଡ୍ରେସ୍ ପିନ୍ଧୁଥିବା ଏହି ଯୁବତୀ କିଏ ? ବିଦେଶରୁ ପଢ଼ିବା ପରେ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ

1 min read
Who Is Pushpam Priya Chowdhary Bihar Election Politics Eeducation Plurals Party

ପାଟଣା: ସୋସିଆଲ୍ ମିଡିଆରେ ଛାଇ ଯାଇଥିବା କିଏ ଏହି ଯୁବତୀ । ଯିଏକି ବିହାରର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସମ୍ବାଦପତ୍ରରେ ଏହି ଯୁବତୀଙ୍କ ବିଜ୍ଞାପନ ପ୍ରକାଶିତ ହେବା ପରେ ହେଡଲାଇନ୍ ପାଲଟିଥିବା ବିହାରର ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଏବେ ସୋସିଆଲ୍ ମିଡିଆରେ ସମସ୍ତେ ସର୍ଚ୍ଚ କରୁଛନ୍ତି । ସବୁବେଳେ ବ୍ଲାକ ଡ୍ରେସରେ ନଜର ଆସୁଥିବା ପୁଷ୍ପମ ପ୍ରିୟାଙ ଫଟୋ ଭାଇରାଲ୍ ହେଉଛି । ଆସନ୍ତୁ ଜାଣିବା କିଏ ଏହି ଯୁବତୀ ?…

Who Is Pushpam Priya Chowdhary Bihar Election Politics Eeducation Plurals Party

ପୁଷ୍ପମ ପ୍ରିୟା ଚୌଧୁରୀ ନିଜ ବିଷୟରେ ତାଙ୍କ ୱେବସାଇଟ୍ pluralsରେ ସୂଚନା ଦେଇଛନ୍ତି । କେମିତି ବିହାର ରାଜନୀତିକୁ ଆସି ସେ ରାଜ୍ୟକୁ ବିକଶିତ କରିବେ ସେ ବିଷୟରେ କହିଛନ୍ତି । ପୁଷ୍ପମ ବିହାର ଦରଭଙ୍ଗା ଜିଲ୍ଲାର । ତାଙ୍କର କହିବା କଥା ସେ- ପ୍ଲୁରଲ୍ସ ପାର୍ଟି ପ୍ରତିଷ୍ଠା କରି ତାରି ମାଧ୍ୟମରେ ୨୦୨୦ରେ ଏକ ରାଜନୈତିକ ଆନ୍ଦୋଳନ ‘ସବକା ଶାସନ’ ଆରମ୍ଭ କରିଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଦ୍ୱାଦଶ ପାଠ ପଢ଼ା ସାରି ପୁଷ୍ପମ ବିହାର ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସେ ୟୁନାଇଟେଡ୍ କିଙ୍ଗଡମ (UK) ପଳାଇଥିଲେ । ସେଠାରେ ୟୁନିଭରସିଟି ଅଫ୍ ସକସେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପାଠ୍ୟକ୍ରମରେ ଗଭର୍ଣ୍ଣାନ୍ସ, ଡେମୋକ୍ରାସି ଓ ଡେଭଲପମେଣ୍ଟ ଇକୋନମି ଆଦି ବିଷୟ ରହିଛି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଏହା ବ୍ୟତୀତ ସେ ୨୦୧୫ ବିଧାନସଭା ନିର୍ବାଚନର ପୃଷ୍ଠଭୂମି, ଭୋଟିଂ ପାର୍ଟନ ଓ ଭୋଟିଂ ବ୍ୟବହାର ଉପରେ ଏକ ଅଧ୍ୟୟନ କରିଥିଲେ । ଏହା ପରେ ପୁଷ୍ପମ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲ୍ଟିକାଲ ସାଇନ୍ସ ବିଷୟରେ ମାଷ୍ଟର ଅଫ୍ ପବ୍ଲିକ ଆଡମିନିଷ୍ଟ୍ରେସନରେ ଦ୍ୱିତୀୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ସେ ରାଜନୀତି ବଜ୍ଞାନ, ରାଜନୈତିକ ଦର୍ଶନ, ଲୋକ ପ୍ରଶାସନ, ଅର୍ଥଶାସ୍ତ୍ର, ପବ୍ଲିକ ପଲିସି ଦର୍ଶ, ସୋସିଆଲ୍ ପଲିସି, ଓ ପଲ୍ଟିକାଲ କମ୍ୟୁନିକେସନ ଆଦି ପଢ଼ିଛନ୍ତି । ଏହି ସମୟରେ ତାଙ୍କୁ ପ୍ୟାରିସର ପ୍ରତିଷ୍ଠିତ ସାଇନ୍ସ ପ୍ରୋରେ ମଧ୍ୟ ରାଜନୀତି ବିଜ୍ଞାନରେ ଆଉ ଏକ ଡିଗ୍ରୀ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ରହିବାକୁ ପସନ୍ଦ କରିଥିଲେ ।

Who Is Pushpam Priya Chowdhary Bihar Election Politics Eeducation Plurals Party

୨୦୧୮ ଓ ୨୦୧୯ରେ ବିହାରରେ ବ୍ୟାପିଥିବା ଏନସେଫାଲାଇଟିସ୍ ଜରରେ ସଂଖ୍ୟାଧିକ ଛୁଆଙ୍କ ମୃତ୍ୟୁ ଖବର ତାଙ୍କୁ ବହୁତ ବ୍ୟଥିତ କରିଥିଲା । ସେବେଠାରୁ ସେ ବିକଶିତ ଗଣତନ୍ତ୍ର ପାଇଁ ୱେଷ୍ଟର୍ଣ୍ଣ କନ୍ସଟାଲ୍ନି ଗ୍ରୁପ୍ ଓ ଏଲଏସଇର ପବ୍ଲିକ ପଲିସିର ଏକ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ସେତେବେଳେ ସେ ଭାବିଥିଲେ ନିଜ ରାଜ୍ୟର ସମସ୍ୟା ବିଷୟରେ ଅବଗତ ଥାଇ ଅନ୍ୟ ବିକଶିତ ରାଜ୍ୟ ପାଇଁ ନୀତି ନିର୍ମାଣ କରିବା ନୈତିକ ଭାବେ ଠିକ୍ ନୁହେଁ । ଏହି ଭାବନାକୁ ନେଇ ସେ ବିହାର ରାଜନୀତିକୁ ଆସିଥିବା କହିଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ବ୍ରିଟେନରୁ ଭାରତ ଫେରିବା ପରେ ସେ ପ୍ଲୁରଲ୍ସ ପାର୍ଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ନିଜେ ପୁଷ୍ପମ ପ୍ରିୟା । ପୁଷ୍ପମଙ୍କ ବାପା ବିନୋଦ ଚୌଧୁରୀ ଜନତା ଦଳ (ୟୁନାଇଟେଡ୍)ର ନେତା ଓ ବିଧାନ ପରିଷଦର ସଭ୍ୟ ରହି ସାରିଛନ୍ତି । ପୁଷ୍ପମଙ୍କ ଦଳର ଚିହ୍ନ ହେଉଛି ଧଳା ରଙ୍ଗର ଘୋଡ଼ା । ଯାହା ଉପରେ ପର ଲାଗିଛି । ଯାହାକୁ ଶକ୍ତି ଓ ତୀବ୍ରତାର ପ୍ରତୀକ ବୋଲି ଧରାଯାଏ । ପୁଷ୍ପମଙ୍କ ଦଳର ନାରା ହେଉଛି- ଜନ ଗଣ ସମସ୍ତଙ୍କୁ ଶାସନ । ଏହି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଖୋଦ୍ ପୁଷ୍ପମ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ତାଙ୍କ କହିବା କଥା ରାଜନୀତିରେ ପରିବର୍ତ୍ତନ ପାଇଁ ସେ ଆସିଛନ୍ତି । ତାଙ୍କ ଦଳ ପ୍ରତି ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ତାଙ୍କ କହିବା କଥା ଦଳ, ଜାତି ଓ ଧର୍ମର ରାଜନୀତିକୁ ତ୍ୟାଗ କରି ସମସ୍ତଙ୍କ ବିକାଶ ପାଇଁ ସେ ଧ୍ୟାନ ଦେଇ ସମାଜର ନିମ୍ନସ୍ତରରେ ଥିବା ସମସ୍ତ ବଞ୍ଚିତଙ୍କୁ ମୁଖ୍ୟଧାରାକୁ ଆଣିବେ ।

Leave a Reply