ସଂକ୍ଷପରେ ଜାଣନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହୋଇଥିବା କେ ସୁରେଶଙ୍କ ସମ୍ପର୍କରେ..

ନନ୍ଦିଘୋଷ ବ୍ୟୁରୋ: କେ ସୁରେଶ ହେଉଛନ୍ତି ଜଣେ କଂଗ୍ରେସ ସାଂସଦ । ସେ ଆଠ ଥର ହେଲାଣି ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ମାଭେଲିକରା ଆସନରୁ ସେ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଆସନରୁ ସେ ୪ ଥର ହେଲାଣି ନିର୍ବାଚିତ ହୋଇ ଆସୁଛନ୍ତି। ତା ପୂର୍ବରୁ ଅଧୁର ଆସନରୁ ୪ ଥର ଜିତିଥିଲେ। କେ ସୁରେଶ ଜଣେ ଦଳିତ ନେତା। ପ୍ରଥମେ ସେ ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ଦିନରୁ ଆଜି ପର୍ଯ୍ଯନ୍ତ ସେ ମାତ୍ର ଦୁଇ ଥର ହାରିଛନ୍ତି। ୧୯୯୮ ଓ ୨୦୦୪ରେ ସେ ହାରି ଯାଇଥିଲେ।

କିନ୍ତୁ ୨୦୦୯ରେ ପୁଣି ଜିତି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ସେ କଂଗ୍ରେସ କାର୍ଯ୍ଯକାରିଣୀର ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ଯ। କେରଳର ପିସିସି ସଭାପତି ମଧ୍ଯ ଥିଲେ। ଏଆଇସିସିର ସାଧାରଣ ସଂପାଦକ ମଧ୍ଯ ଥିଲେ କେ ସୁରେଶ । ଏଇ ନିର୍ବାଚନରେ ସେ ସିପିଆଇର ପ୍ରାର୍ଥୀଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରୋଟେମ୍ ସ୍ପିକର ଭାବେ ତାଙ୍କର ନାଁ ମଧ୍ଯ ଚର୍ଚ୍ଚାକୁ ଆସିଥିଲା। ଯେହେତୁ ସେ ସର୍ବାଧିକ ୮ ଥର ଲୋକସଭାକୁ ନିର୍ବାଚନତ ହୋଇଛନ୍ତି, ସେଥିପାଇଁ କେ ସୁରେଶଙ୍କୁ ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି କରାଯାଉ ବୋଲି ଖୋଲାଖୋଲି ଦାବି କରିଥିଲେ ବିରୋଧୀ ପକ୍ଷ।

ଏହି ଦାବିକୁ ଅଣଦେଖା କରି ଏନଡିଏ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ବାଛିଥିଲା। ସେ ଲଗାତର ସପ୍ତମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଶାସକ ଦଳ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା ଯେ, ଭର୍ତ୍ତୃହରି ମହତାବ ଲଗାତର ଭାବେ ଜିତି ଆସୁତିବା ବେଳେ କେ ସୁରେଶ ମଝିରେ ଦୁଇ ଥର ହାରିଛନ୍ତି।