ମହାମାରୀ ଭିତରେ ଆଉ ଏକ ମହାମାରୀର ଚେତାବନୀ ଦେଲା WHO, ଭୟଙ୍କର କ୍ଷତିର ସମ୍ଭାବନା

1 min read

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଦିନ ଚେତାବନୀ ଦେଇଛି ଯେ କରୋନା ଜୀବାଣୁ ମହାମାରୀର ପରୋକ୍ଷ ପ୍ରଭାବ ପଡିପାରେ। WHO କହିଛି ଯେ କରୋନା ରୋଗ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଆଗକୁ ଅଧିକ ଖରାପ ହୋଇପାରେ ।

WHO ସୂଚନା ଅନୁଯାୟୀ, କରୋନା ଜୀବାଣୁ ମହାମାରୀର ପରୋକ୍ଷ ପ୍ରଭାବ ମହିଳା, ଶିଶୁ ଏବଂ କିଶୋରମାନଙ୍କ ଉପରେ ଅଧିକ ପଡ଼ିପାରେ। WHO ମୁଖ୍ୟ ଟେଡ୍ରୋସ୍ ଆଡାହେନମ୍ ଘେବ୍ରିୟେସୁସ୍ କହିଛନ୍ତି – କରୋନାର ପରୋକ୍ଷ ପ୍ରଭାବ ହେତୁ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ କୁପ୍ରଭାବ ପଡ଼ିପାରେ । ତାହା କୋଭିଡ -୧୯ ଜୀବାଣୁ କାରଣରୁ ହେଉଥିବା ମୃତ୍ୟୁଠାରୁ ମଧ୍ୟ ଭୟଙ୍କର ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାହେନମ୍ ଘେବ୍ରିୟେସୁସ୍ କହିଛନ୍ତି ଯେ ଅନେକ ସ୍ଥାନରେ ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବଢ଼ିଛି। ଏହି କାରଣରୁ, ଗର୍ଭଧାରଣ ଏବଂ ପ୍ରସବ ସମ୍ବନ୍ଧୀୟ ସମସ୍ୟା ହେତୁ ମହିଳାଙ୍କ ମୃତ୍ୟୁ ଆଶଙ୍କା ବଢ଼ିପାରେ ।

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନତାଲିଆ କନେମ୍ କହିଛନ୍ତି ଯେ ‘ମହାମାରୀ ମଧ୍ୟରେ ଏକ ମହାମାରୀ’ ସୃଷ୍ଟି ହୋଇଛି।

ନତାଲିଆ କନେମ୍ କହିଛନ୍ତି ଯେ ଏକ ଆକଳନ ଅନୁଯାୟୀ, ପ୍ରତି ୬ ମାସରେ ୪.୭ କୋଟି ମହିଳା ଗର୍ଭନିରୋଧକ ସୁବିଧା ହରାଇବେ। ଏହି କାରଣରୁ ଲକଡାଉନର ଏକ ମାସ ମଧ୍ୟରେ ୭ ଲକ୍ଷ ପିଲା ବିନା ଇଚ୍ଛାରେ ଜନ୍ମ ହେବେ ।

 

ଆନ୍ତଃ ସଂସଦୀୟ ୟୁନିଅନର ସଭାପତି ଗ୍ରୈବ୍ରିଏଲା କୁବସ୍ ବୈରୁନ୍ କହିଛନ୍ତି ଯେ ମହାମାରୀ ହେତୁ ୪ରୁ ୬ କୋଟି ପିଲା ଗୁରୁତର ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୭୬. ୫  ଲକ୍ଷରୁ ଅଧିକ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହା ସହିତ ୪.୨୫  ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Leave a Reply