ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱର ଏକମାତ୍ର ନେତା ଯାହାଙ୍କୁ ହ୍ୱାଇଟ୍ ହାଉସ୍ ଟ୍ୱିଟରରେ ଫଲୋ କରୁଛି

ନୂଆଦିଲ୍ଲୀ: ପ୍ରାଧାନମନ୍ତ୍ରୀ ନରନ୍ଦ୍ର ମୋଦି ବିଶ୍ୱର ଏଭଳି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଆଧିକାରୀକ ସରକାରୀ ବାସଭବନ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଛି । ଦୁଇ ଦିନ ତଳେ ଆମେରିକାକୁ ମେଲେରିଆ ଔଷଧ ଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିଥିଲେ ।ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଥିବା ବେଳେ ଭାରତ ଦେଇଥିବା ମେଲେରିଆ ଔଷଧ କିଛି ଚମତ୍କାର ଦେଖାଇବ ବୋଲି ଆମେରିକା ବିଚାର କରୁଛି । ଖୋଦ ରାଷ୍ଟ୍ରପତି ଟ୍ରମ୍ପ ଏହି ଔଷଧକୁ ଗେମ୍ ଚେଂଜର କହି ସାରିଛନ୍ତି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

ଭାରତେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । କିନ୍ତୁ ଆମେରିକାର ଅନୁରୋଧ ପରେ ଭାରତ ଏହି ଔଷଧ ଦେବାକୁ ରାଜି ହୋଇଥିଲା । ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶଂସା କରିଥିଲେ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମିଳିବା ପରେ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ହ୍ୱାଇଟ୍ ହାଉସ ବିଶ୍ୱର ୧୯ ଜଣଙ୍କୁ ଫଲୋ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଭାରତର ରାଷ୍ଟ୍ରପତି ଭବନ ଟ୍ୱିଟର ହ୍ୟାଣ୍ଡେଲ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲା । ପ୍ରଥମ ଥର ପାଇଁ ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଛି ।

Leave a Reply