ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱର ଏକମାତ୍ର ନେତା ଯାହାଙ୍କୁ ହ୍ୱାଇଟ୍ ହାଉସ୍ ଟ୍ୱିଟରରେ ଫଲୋ କରୁଛି
ନୂଆଦିଲ୍ଲୀ: ପ୍ରାଧାନମନ୍ତ୍ରୀ ନରନ୍ଦ୍ର ମୋଦି ବିଶ୍ୱର ଏଭଳି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଆଧିକାରୀକ ସରକାରୀ ବାସଭବନ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଛି । ଦୁଇ ଦିନ ତଳେ ଆମେରିକାକୁ ମେଲେରିଆ ଔଷଧ ଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିଥିଲେ ।
ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଥିବା ବେଳେ ଭାରତ ଦେଇଥିବା ମେଲେରିଆ ଔଷଧ କିଛି ଚମତ୍କାର ଦେଖାଇବ ବୋଲି ଆମେରିକା ବିଚାର କରୁଛି । ଖୋଦ ରାଷ୍ଟ୍ରପତି ଟ୍ରମ୍ପ ଏହି ଔଷଧକୁ ଗେମ୍ ଚେଂଜର କହି ସାରିଛନ୍ତି ।
ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ
ଭାରତେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । କିନ୍ତୁ ଆମେରିକାର ଅନୁରୋଧ ପରେ ଭାରତ ଏହି ଔଷଧ ଦେବାକୁ ରାଜି ହୋଇଥିଲା । ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶଂସା କରିଥିଲେ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମିଳିବା ପରେ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ହ୍ୱାଇଟ୍ ହାଉସ ବିଶ୍ୱର ୧୯ ଜଣଙ୍କୁ ଫଲୋ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଭାରତର ରାଷ୍ଟ୍ରପତି ଭବନ ଟ୍ୱିଟର ହ୍ୟାଣ୍ଡେଲ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲା । ପ୍ରଥମ ଥର ପାଇଁ ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଛି ।
