ନିର୍ବାଚନ ପାଇଁ ବିଦେଶରେ ହେବ କି ଆଇପିଏଲ? ଜାଣନ୍ତୁ କ’ଣ କହିଲେ ଆଇପିଏଲ ଚେୟାରମ୍ୟାନ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ସାଙ୍ଗକୁ ବିଭିନ୍ନ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ ମେ ମଧ୍ୟରେ ଆଇପିଏଲ ହେବାକୁ ଯାଉଥିବାବେଳେ ଏହି ସମୟରେ ନିର୍ବାଚନ ମଧ୍ୟ ହେବ ବୋଲି କୁହାଯାଉଛି । ତେବେ ନିର୍ବଚାନକୁ ଦୃଷ୍ଟିରେ ରଖି ବିଦେଶରେ ଆଇପିଏଲ ଖେଳାଯିବ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ହେଲେ ମଧ୍ୟ ଆଇପିଏଲ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଭାରତରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂ ଠାକୁର । ଭାରତରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଅନୁଷ୍ଠିତ ହେବାର ସମ୍ଭାବନା ଅଧିକ ରହିଛି । ତେବେ ଯଦି ନିର୍ବାଚନ ପାଇଁ ଅସୁବିଧା ହୁଏ ତାହେଲେ ଦକ୍ଷିଣଆଫ୍ରିକା ଏବଂ ୟୁଏଇରେ ଖେଳାଯିବ ।

୨୦୦୯ ମସିହାରେ ନିର୍ବାଚନ କାରଣରୁ ବିଦେଶରେ ଖେଳାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଆଇପିଏଲର ମ୍ୟାଚ ଖେଳା ଯାଇଥିଲା । ସେପଟରେ କରୋନା ସମୟରେ ୟୁଏଇରେ ମଧ୍ୟ କିଛି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ନିର୍ବାଚନ ହେଲେ ସୁଦ୍ଧା ଭାରତରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି । ଭାରତରେ କ୍ରିକେଟର କ୍ରେଜ ଅଧିକ ରହିଥିବାବେଳେ ଏଠାରେ ମ୍ୟାଚ ଅନୁଷ୍ଠିତ ହେଲେ ଫ୍ରାଞ୍ଚାଇଚମାନେ ଅଧିକ ଲାଭ ପାଇପାରିବେ ।