କେଉଁଠି ଛପାଯାଏ ଆଫଗାନି ମୁଦ୍ରା ? କଣ ପାଇଁ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ୍ ଲଗାଇଲା ବିଶ୍ବ ବ୍ୟାଙ୍କ ?

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସେଠାରେ ବ୍ୟାଙ୍କଗୁଡିକର ସ୍ଥିତି ଏବଂ ମୁଦ୍ରା ସ୍ଥିତିକୁ ନେଇ ବଢୁଛି ଦ୍ବନ୍ଦ। ଗୋଟିଏ ସମୟରେ ଆଫଗାନିସ୍ତାନରେ ଆଫଗାନ୍ ରୁପୟା ଚାଲୁଥିଲା,, କିନ୍ତୁ ୧୯୧୯ ଆଫଗାନିସ୍ତାନ ସ୍ୱାଧିନ ହେବା ପରେ ୧୯୨୫ ମସିହାରୁ ଦେଶରେ ଏକ ନୂତନ ମୁଦ୍ରା ପ୍ରଚଳନ କରାଯାଇଥିଲା, ଯାହାର ନାମ ରଖାଯାଇଥିଲା ଆଫଗାନି.ଆଫଗାନିସ୍ତାନର ଟଙ୍କା ଛପା,ବିତରଣ ଓ ନିୟନ୍ତ୍ରଣକୁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ । ଯାହାର ନାମ ହେଉଛି ଦ ଆଫଗାନ୍ ବ୍ୟାଙ୍କ । . ଏହି ବ୍ୟାଙ୍କର ସ୍ଥାପନା ୧୯୩୯ ମସିହାରେ ହୋଇଥିଲା ସୂଚନା ଅନୁସାରେ ସମଗ୍ର ଦେଶରେ ଏହି ବ୍ୟାଙ୍କର ୪୬ ଟି ଶାଖା ରହିଛି। ତାଲିବାନର ନିୟନ୍ତ୍ରଣ ପରଠାରୁ ଏହି ବ୍ୟାଙ୍କର ମୁଖ୍ୟ ପଦବୀ ଖାଲି ପଡ଼ିଛି। ଅବଶ୍ୟ, ଯେତେବେଳେ ତାଲିବାନ ଶେଷ ଥର କ୍ଷମତାକୁ ଆସିଥିଲା, ସେତେବେଳେ ସେମାନେ ଆଫଗାନି ନୋଟ୍ ଛାପିବା ଜାରି ରଖିଥିଲେ.. ତେଣୁକରି ଏହା ଉପରେ ବିଶେଷ ପ୍ରଭାବ ପଡିନଥିଲା..ହେଲେ ବର୍ତମାନ ଏହାର ସ୍ଥିତି କଣ ହେବ ସେନେଇ କଳନା କରାଯାଉଛି..

ଆଫଗାନିସ୍ତାନରେ ୧ଆଫଗାନିରୁ ୧୦୦୦ ଆଫଗାନିର ମୁଦ୍ରା ପ୍ରଚଳିତ ଅଛି | ୧ ଆଫଗାନି ଉଭୟ ନୋଟ୍ ଏବଂ ମୁଦ୍ରା ଫର୍ମରେ ଉପଲବ୍ଧ ଥିଲା | ଆଫଗାନିସ୍ତାନ ବ୍ୟାଙ୍କ ପ୍ରତି ପାଞ୍ଚ ବର୍ଷରେ ନୂଆ ନୋଟ୍ ଛାପନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ନୋଟ୍ ଗୁଡିକ ଆଫଗାନିସ୍ତାନରେ ଛପାଯାଏ ନାହିଁ..ବରଂ ସେଗୁଡିକ ଇଂଲଣ୍ଡର ବେସିଙ୍ଗଷ୍ଟୋକରେ ଥିବା ବିଶ୍ୱର ସର୍ବବୃହତ ପ୍ରାଇଭେଟ୍ ମୁଦ୍ରା ପ୍ରିଣ୍ଟିଂ ପ୍ରେସ୍ ଲେ ରୁଏ ରେ ଛପାଯାଏ | କେବଳ ଆଫଗାନିସ୍ତାନ ନୁହେଁ ସାରା ଦୁନିଆର ୧୪୦ ଟି ଦେଶର ମୁଦ୍ରା ଏହିଠାରେ ହିଁ ଛପାହୋଇଥାଏ .. ୮୦ ଦଶକରେ ଆଫଗାନିସ୍ତାନର ମୁଦ୍ରା ରୁଷର ଏକ କମ୍ପାନୀ ଦ୍ୱାରା ଛପା ଯାଉଥିଲା, କିନ୍ତୁ ଯେତେବେଳେ ୨୦୦୨ ରେ ଆଫଗାନିସ୍ତାନରେ ହମିଦ କରଞ୍ଜାଇଙ୍କ ନେତୃତ୍ୱରେ ନୂତନ ଗଣତାନ୍ତ୍ରିକ ସରକାର ଗଠନ ହେଲା, ସେତେବେଳେ ଏହାକୁ ବ୍ରିଟେନର ଏକ କମ୍ପାନୀକୁ ହସ୍ତାନ୍ତର କରାଗଲା ।

କୁହାଯାଏ ବ୍ରିଟେନର ଏହି ମୁଦ୍ରା ପ୍ରେସ୍ ଆଫଗାନିସ୍ତାନର ନୋଟ୍ ମଧ୍ୟ ଡିଜାଇନ୍ କରେ | ଏହାର ସୁରକ୍ଷା ଚିହ୍ନ ବହୁତ ହିଁ ଶକ୍ତିଶାଳୀ | ତେଣୁକରି ଏହାର ନକଲ କରିବା ଆଶଙ୍କା ବହୁତ କମ ରହିଥାଏ | ଆଫଗାନି ନୋଟ୍ ଗୁଡିକ ୦୧, ୦୫, ୧୦,୫୦,୧୦୦,୫୦୦ ଏବଂ ୧୦୦୦ ମୁଦ୍ରାରେ ଛପାଯାଇ ବିତରଣ କରାଯାଏ | ଆଫଗାନିସ୍ତାନରେ ବର୍ତ୍ତମାନ ଅରାଜକତାର ମାହୋଲ ..ସେଠାରେ ମୁଦ୍ରା ଉପରେ ମଧ୍ୟ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି.. କିନ୍ତୁ ବର୍ତ୍ତମାନ ସମୟରେ ଆଫଗାନିସ୍ତାନର ମୁଦ୍ରା ସ୍ଥିର ଅଛି ବୋଲି ଅନୁମାନ କରାଯାଉଛି | ଅନ୍ୟପଟେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ବ ବ୍ୟାଙ୍କ । ବିଶ୍ବ ବ୍ୟାଙ୍କ୍ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ବିଶ୍ବ ବ୍ୟାଙ୍କର ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନର ସ୍ଥିତି ଖୁବ ସଂଘାତିକ ରହିଛି.. ସେଥିପାଇଁ ବିଶ୍ବ ବ୍ୟାଙ୍କ ଏହିଭଳି ପଦକ୍ଷେପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଉଛୁ । ଆମେ ବେଶ ଗମ୍ଭୀରତାର ସହ ସ୍ଥିତି ଉପରେ ନଜର ରଖିଛୁ । ସୂଚନାଅନୁସାରେ ଆମେରିକାର ସେନା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡିଦେବ, ଏହାର ଠିକ୍ ୨ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିସାରିଛି ।

ଏହାପୂର୍ବରୁ ଆମେରିକା ଗତ ସପ୍ତାହରେ ଘୋଷଣା କରିଥିଲା ଯେ, ଆମେରିକାରରେ ଥିବା ଆଫଗାନିସ୍ତାନର ସୁନା ଏବଂ ମୁଦ୍ରାଭଣ୍ଡାରକୁ ତାଲିବାନକୁ କବଜା କରିବାକୁ ଦେବେନାହିଁ । କେବଳ ଆମେରିକାରେ ହିଁ ଆଫଗାନିସ୍ତାନର ପ୍ରାୟ ୭୦୬ ବିଲିୟନ ଟଙ୍କାର ସମ୍ପତ୍ତି ରହିଛି । ଆଇଏମଏଫ ମଧ୍ୟ ଆଫଗାନର ସମସ୍ତ ସମ୍ପତ୍ତି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ

Leave a Reply