ଜାଣନ୍ତୁ ଚଳିତ ବଜେଟରେ କ’ଣ ରହିଛି ନୂଆ ଯୋଜନା ?

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୩-୨୪ ବଜେଟରେ କେତେକ ସ୍ବତନ୍ତ୍ର ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗୋବର୍ଦ୍ଧନ ଯୋଜନାରେ ୫୦୦ ନୂଆ ଆବର୍ଜନାରୁ ସମ୍ପଦ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୧୦ ହଜାର କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଥିବାବେଳେ ବିକଳ୍ପ ସାର ଓ ସନ୍ତୁଳିତ ରସାୟନିକ ସାର ଲାଗି ପିଏମ- ପ୍ରଣାମ ଯୋଜନା ଆରମ୍ଭ କରାଯାଇଛି । ନ୍ୟାସନାଲ ଗ୍ରୀନ ହାଇଡ୍ରୋଜେନ ମିଶନ ଲାଗି ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଆର୍ଦ୍ରଭୂମି ପରିବେଶ ସଂରକ୍ଷଣ ଲାଗି ଅମୃତ ଧରୋହର ଯୋଜନା କାର୍ଯ୍ୟକାରୀ କରାଯିବ ।

ଗ୍ରୀନ ଗ୍ରୋଥ ଆଭିମୁଖ୍ୟରେ ୨୦୭୦ ସୁଦ୍ଧା ଜିରୋ ଏମିସନ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତୀୟ ପ୍ରାକୃତିକ କ୍ଷେତି ବାୟୋ ଇନପୁଟ ରିସୋର୍ସ ସେଣ୍ଟର ଜରିଆରେ ୧ କୋଟି ଚାଷୀଙ୍କ ଲାଗି ପ୍ରାକୃତିକ ଫାର୍ମିଂ ବ୍ୟବସ୍ଥା କରାଯାଇଛି । ଉପକୂଳାଞ୍ଚଳରେ ବନୀକରଣ ଲାଗି ମିସ୍ତ ଯୋଜନା ଆରମ୍ଭ କରାଯାଇଥିବାବେଳେ ଏମଏସଏମଇ ଲାଗି ସହାୟତା ଯୋଜନା ବିବାଦ ସେ ବିଶ୍ବାସୀ ଆରମ୍ଭ କରାଯିବ । ଦୁଇ ବର୍ଷ ଲାଗି ମହିଳା ସମ୍ମାନ ସେଭିଂସ ସାର୍ଟିଫିକେଟ କାର୍ଯ୍ୟକାରୀ ହୋଇଥିବାବେଳେ ମହିଳାଙ୍କ ଲାଗି ମହିଳା ବଚ୍ଚତ ଯୋଜନା କାର୍ଯ୍ୟକାରୀ କରାଯିବ ।

ଫେଜ-୩ ଇ-କୋର୍ଟ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିବାବେଳେ ଶିଶୁ ଓ କିଶୋରଙ୍କ ଲାଗି ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ଘୋଷଣା କରାଯାଇଛି । ବଜେଟରେ ସପ୍ତର୍ଷି ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ଭିତ୍ତିଭୂମି ଓ ନିବେଶ, ଅନ୍ତର୍ଭୁକ୍ତିମୂଳକ ବିକାଶ, ଶେଷସ୍ତରରେ ପହଞ୍ଚିବାର ପ୍ରୟାସ, ଯୁବଶକ୍ତି, ଆର୍ଥିକ କ୍ଷେତ୍ର, ଗ୍ରୀନ ଗ୍ରୋଥ, ସାମର୍ଥ୍ୟ । ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନ ଓ ଜାତୀୟ ଡାଟା ଗଭର୍ଣ୍ଣାନ୍ସ ପଲିସି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।