କେମିତି ହେବ ବଜେଟର ରୂପରେଖ, ଆବଣ୍ଟିତ ପ୍ରକ୍ରିୟାକୁ ଅପେକ୍ଷା

1 min read

ନନ୍ଦିଘୋଷ ବ୍ୟୁରୋ: ଫେବୃୟାରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ  । ଭଣ୍ଡାର ପେଡି କୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ  ।  ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । ବଜେଟରେ ବହୁ ପ୍ରତୀକ୍ଷିତ ରେଳ ବଜେଟକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ରେଳ ମନ୍ତ୍ରଣାଳୟରେ ୩୫ହଜାର ପଦବୀ ଖାଲି ପଡିଥିବା ବେଳେ ମହାମାରୀ କରୋନା କାଳରେ ପ୍ରାୟ ୨୬ହଜାର ୩୩୮କୋଟି ଟଙ୍କାର କ୍ଷତି ସହିଛି ରେଳ ବିଭାଗ।

ଅନ୍ୟପଟେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏଥର ବଜେଟରେ ଟିକେଟ୍ ଦରବୃଦ୍ଧି ପାଇବାର ସମ୍ଭାବନା କମ୍ ରହିଛି । ଏହାଛଡ଼ା ନୂତନ ଟ୍ରେନ ଚଳାଚଳ, ରେଳ ଲାଇନ ପ୍ରକଳ୍ପ ଏବଂ ବ୍ୟୟବରାଦକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କୋଭିଡ ପରିଚାଳନା ଠାରୁ ଆରମ୍ଭ କରି କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଆଦି ବିଭାଗ ପାଇଁ କଣ ରହୁଛି କେନ୍ଦ୍ରର ବ୍ଲୁ ପ୍ରିଣ୍ଟ  । କେଉଁ ବିଭାଗକୁ କେତେ ଅର୍ଥ ବରାଦ କରିବେ କେନ୍ଦ୍ର ସରକାର ? ସେପଟେ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ବଜେଟ ଆଗତ କରୁଥିବାରୁ ଆବଣ୍ଟିତ ପକ୍ରିୟାକୁ ଅପେକ୍ଷା କରିଛି ରାଜ୍ୟ  । ଏହା ପରେ ରାଜ୍ୟ ସରକାର ନିଜସ୍ୱ ବଜେଟ ଉପସ୍ଥାପନା କରିବେ ବୋଲି ସୂଚନା ରହିଛି  ।

ଓଡିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଥମେ ୧.୭୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ  । ସେହିପରି ଗତ ଡ଼ିସେମ୍ବର ମାସରେ ୧୯,୮୩୩.୧୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା  । ତେଣୁ ଆସନ୍ତା ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରାଜ୍ୟା ବଜେଟ ପୂର୍ବ ବର୍ଷ ତୁଳନାରେ ୧୦ରୁ ୧୮ ପ୍ରତିଶତ ନିଶ୍ଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି  । ଚଳିତ ଆର୍ଥିକବର୍ଷରେ ୧.୯୦ ଲକ୍ଷ କୋଟିରୁ ବୃଦ୍ଧି ପାଇ ବଜେଟ ୨ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଅର୍ଥନୀତିଜ୍ଞମାନେ ଆଶା ବ୍ୟକ୍ତି କରିଛନ୍ତି   ।

Leave a Reply