ବଢୁଛି ବ୍ରିଜଭୂଷଣ ସିଂଙ୍କ ଅଡୁଆ, ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହେବେ ହାଜର

1 min read

ନୂଆଦିଲ୍ଲୀ : ବ୍ରିଜଭୂଷଣ  କୁସ୍ତି ଯୋଦ୍ଧାଙ୍କୁ ଯୌନଶୋଷଣ ମାମଲା । ବଢୁଛି ବ୍ରିଜଭୂଷଣ ଅଡ଼ୁଆ । ଆଜି ଦିଲ୍ଲୀର ରେଜ୍ ଆଭେନ୍ୟୁ କୋର୍ଟରେ ହାଜର ବ୍ରିଜଭୂଷଣ ଶରଣ ସିଂହ । ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ରୁଜୁ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହି ସମନ କରିଥିଲେ କୋର୍ଟ । ଦି

ଲ୍ଲୀ ପୋଲିସ ଜୁନ୍ ୧୫ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସମ୍ବନ୍ଧିତ ଆଇପିସି ଧାରା ୩୫୪, ୩୫୪-ଏ ଓ ୩୫୪-ଡି ଏବଂ ବିନୋଦ ତୋମାରଙ୍କ ବିରୋଧରେ ଧାରା ୧୦୯, ୩୫୪, ୩୫୪-ଏ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଅଲିମ୍ପିକ୍ ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କ ସମେତ କୁସ୍ତିଯୋଦ୍ଧାମାନେ ଗତ ଜାନୁଆରୀରେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଥିଲେ । କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା। ବ୍ରିଜଭୂଷଣ ଦୋଷୀ ସାବ୍ୟସ୍ତ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।