ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ଶୁଣିଲେନି ସରକାର

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ସେଠାକାର ସରକାର କିଛି ଶୁଣିଲେନି। ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ବ୍ୟବସାୟୀ, ଚାଷୀ ଓ ଶୀତଳଭଣ୍ଡାର ମାଲିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କ କଥାକୁ ଗ୍ରହଣ କରି ନ ଥିବାରୁ ଏହି ବୈଠକ ପରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଆଳୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । ପଶ୍ଚିମବଙ୍ଗ ବ୍ୟବସାୟୀ କଣ ନିଷ୍ପତ୍ତି ନେଇଛନ୍ତି ଆଜି ରାତି ସୁଦ୍ଧା ଜଣାପଡିବ। ଆଳୁ ସମସ୍ୟା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁ କଥା ହୋଇଥିଲେ ସେ କଥାର କିଛି ମୂଲ୍ୟ ରହିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ରେସପଣ୍ଡ କରି ପଶ୍ଚିମବଙ୍ଗ ସରକାର କିଛି କଲେ ନାହିଁ।

ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ନିର୍ବାଚିତ ସରକାରର ଦାୟିତ୍ୱ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।ପଶ୍ଚିମବଙ୍ଗରୁ ଆଳୁ ସମ୍ପୂର୍ଣ୍ଣ ବନ୍ଦ ହେଲେ ୟୁପି, ବିହାର ଓ ପଞ୍ଜାବରୁ ଆଳୁ ଆଣିବାକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ବ୍ୟବସାୟୀ। ବ୍ୟବସାୟୀ ମାନେ ପ୍ଲାନ ବି ରେଡି କରୁଛନ୍ତି। କିନ୍ତୁ ଏବେ ଆର୍ଥିକ ଦୃଷ୍ଟିକୋଣରୁ ନା ୟୁପିକୁ ଅଧିକ ଅର୍ଡର ଦେଇହେଉ ନାହିଁ କି ମନା କରି ହେଉନାହିଁ। ପଶ୍ଚିମବଙ୍ଗ ଆଳୁ ପୁରା ବନ୍ଦ କଲେ ଦୁଇ ତିନି ଦିନ ପାଇଁ ରାଜ୍ୟରେ ଥିବା ଆଳୁ ଆବଶ୍ୟକତା ପୂରଣ କରିପାରିବ।  ଯେତିକି ଦରକାର ବ୍ୟବସାୟୀ ମାନେ ସେତିକି କରିବେ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ। ଏବେ ଚୋରା ବାଟରେ ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିରେ ବହୁ କ୍ଷତି ହେଉଛି। ତେଣୁ ସେହି ଚୋରା ଗାଡୀ ବି ବନ୍ଦ ହୋଇଗଲେ ବ୍ୟବସାୟୀ ମାନେ ବିକଳ୍ପ ବାଟକୁ ଯିବେ ବୋଲି କହିଛି ମହାସଂଘ।