spot_img

Latest Posts

ବିଷାକ୍ତ ମଦ ପିଇ ବିହାରରେ ୪ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ, ୧୬ ମୃତ

ପାଟଣା: ବିହାରର ପଶ୍ଚିମ ଚମ୍ପାରଣରେ ବିଷାକ୍ତ ମଦ ପିଇ ଏଯାଏଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣଙ୍କର ଦୃଷ୍ଟିଶକ୍ତି ହରାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନା ଅନୁଯାୟୀ, ବିହାରରେ ସରକାରଙ୍କ ପକ୍ଷରୁ ମଦ ପିଇବା ଓ ଏହାର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ରାଜ୍ୟରେ ମଦର କଳାବଜାରୀ ହେଉଥିବା ନେଇ ଲଗାତାର ଅଭିଯୋଗ ହେଉଛି।

ମଦ ପିଇ ଆଖି ହରାଇଥିବା ଦେଓରବା ଗାଁର ବାସିନ୍ଦା  ୪୦ ବର୍ଷିୟ ମହମ୍ମଦ ଇଜହାର କହିଛନ୍ତି ଯେ ଚଳିତ ସପ୍ତାହ ଆରମ୍ଭରେ ଗାଁ ବାହାରେ ଥିବା ମଦ ଭାଟିରୁ ମଦ ପିଇଥିଲେ। ଯାହା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ଦୃଷ୍ଟି ଶକ୍ତି ଚାଲିଯାଇଥିଲା । ମଦ ପିଇବା ପୂର୍ବରୁ ସବୁ କିଛି ଦେଖାଯାଉଥିଲା ହେଲେ ଏବେ କିଛି ଦେଖିପାରୁନି ।

ସୂଚନା ଅନୁଯାୟୀ, ଚଳିତ ସପ୍ତାହର ଆରମ୍ଭରେ ଲୋରିଆ ଥାନା ଓ ରାମନଗର ଥାନା ଅଧିନରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଏଥିସହିତ ୪ ଜଣଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିବା ଜଣାପଡିଛି ।

ଏସମ୍ପର୍କରେ ପଶ୍ଚିମ ଚମ୍ପାରଣ ରେଞ୍ଜର ଡିଆଇଜି ଲଲନ ମୋହନ ପ୍ରସାଦ କହିଛନ୍ତି ଯେ ‘‘ ମଦ ଘଟଣାରେ ୧୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମୃତ୍ୟୁ ମଦ ପିଇବା ଯୋଗୁଁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ତଦନ୍ତ ଚଲାଇଛି ।

ତେବେ ଏହି ମାମଲାରେ ପୋଲିସ ଅବୈଧ ମଦ ଭାଟି ତଥା କାରବାର କରୁଥିବା ଲୋକଙ୍କୁ ଗିରଫ କରିଛି ।

Latest Posts

Don't Miss