ମୁଣ୍ଡ ନୂଆଁଇଲା ପଶ୍ଚିମବଙ୍ଗ, ଅଧ ରାତିରେ ଭାଙ୍ଗିଲା ବେଆଇନ୍ ନିର୍ମାଣ

West Bengal Demolish Illegal Construction In Udaipur Beach

ଜଳେଶ୍ୱର: ବିରୋଧ ପରେ ପଛକୁ ହଟିଲା ପଶ୍ଚିମବଙ୍ଗ । ଅଧ ରାତିରେ ଭାଙ୍ଗିଲା ନିଜେ କରିଥିବା ବେଆଇନ୍ ନିର୍ମାଣ । ଓଡ଼ିଶା ସୀମା ଭିତରକୁ ପ୍ରାୟ ୫୦ ଫୁଟ୍ ପସି ପଶ୍ଚିମବଙ୍ଗ ପ୍ରଶାସନ ପାଚେରି ଗଢ଼ିଥିଲା । ଯାହାକୁ ସ୍ଥାନୀୟ ଲୋକ ସହ ବାଲେଶ୍ୱର ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଥିଲା । ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରଶାସନ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି ।

West Bengal Demolish Illegal Construction In Udaipur Beach

ପ୍ରଥମେ ଚଳିତ ମାସ ୭ ତାରିଖରେ ପଶ୍ଚିମବଙ୍ଗ ବେଆଇନ୍ ନିର୍ମାଣ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକ ଓ ପ୍ରଶାସନର ବିରୋଧ ପରେ ଉଦୟପୁର ମନୋରମ ବେଳାଭୂମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା । ବାଲେଶ୍ୱର ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା ।

ପରେ ୨୧ ତାରିଖରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ୧୪୪ ଧାରା ଉଲ୍ଲଂଘନ କରି ପାଚେରି ନିର୍ମାଣ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବାଲେଶ୍ୱର ପ୍ରଶାସନର ଅଧିକାରୀ ପହଞ୍ଚି ନିର୍ମାଣ ବନ୍ଦ କରିଥିଲେ । ଏହାପରେ ରାତି ଅଧିଆ ଭାବେ ପଶ୍ଚିମବଙ୍ଗ ପ୍ରଶାସନ ନିଜେ କରିଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ନେଇଛି ।

Leave a Reply