ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଆଶିମ ବାନାର୍ଜୀଙ୍କ କରୋନାରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଆଶିମ ବାନାର୍ଜୀଙ୍କ ପରଲୋକ । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

କଲିକତାର ଏକ ଡାକ୍ତରଖାନାରେ ଆଶିମ ବାନାର୍ଜୀଙ୍କ ଚିକିତ୍ସା ଚାଲିଥିଲା । ଡାକ୍ତରଖାନାର ଚେୟାରମ୍ୟାନ ଡ. ଆଲୋକ ରାୟ ଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଦିନକରେ ସର୍ବାଧିକ ୨୦ ହଜାର ୮୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୪ ହଜାର ୮୦୨ରେ ପହଞ୍ଚିଛି । ପଶ୍ଚିମବଙ୍ଗରେ ନିର୍ବାଚନ ହେବା ପରେ ସଂକ୍ରମଣର ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ପ୍ରତି ଦୁଅ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏଥିସହ ପଶ୍ଚିମବଙ୍ଗରେ ଶନିବାର ୧୩୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨,୯୯୩ରେ ପହଞ୍ଚିଛି ।

Leave a Reply