ସଂଶୋଧିତ ନାଗରିକତା ଆଇନକୁ କେରଳ, ପଞ୍ଜାବ ଓ ରାଜସ୍ଥାନ ପରେ ମୁହଁ ମୋଡ଼ିଲେ ଦିଦି

1 min read

କୋଲକାତା: ପାଖେଇ ଆସୁଛି ନିର୍ବାଚନ, ଜମିଲାଣି ମାହୋଲ । ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ରାଜ୍ କରୁଥିବା ଦିଦି ଏବେ ବିଜେପି ବିରୋଧରେ ଦେଇଛନ୍ତି ରଣହୁଙ୍କାର । କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ରର ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିଥିଲେ । ଆଜି ଏହି କ୍ରମରେ ଯୋଡ଼ି ହୋଇଛି ପଶ୍ଚିମବଙ୍ଗ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭାରେ ସଂଶୋଧିତ ନାଗରିକତା ଆଇନ୍ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ଚତୁର୍ଥ ରାଜ୍ୟ ଭାବେ ସିଏଏ ବିରୋଧରେ ପ୍ରସ୍ତାବ ପାସ୍ କରିଛନ୍ତି ଦିଦି । କେନ୍ଦ୍ରର ସିଏଏକୁ ରଦ୍ଦ, ଏନଆରସି ଓ ଏନପିଆରକୁ ଲାଗୁ କରାଇ ନଦେବାକୁ ନିଷ୍ପତ୍ତି ନିଆଯାଇଛି ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି- ‘ଏହି ବିରୋଧ କେବଳ ସଂଖ୍ୟାଲଘୁଙ୍କର ନୁହେଁ ବରଂ ସମସ୍ତଙ୍କର । ଆନ୍ଦୋଳନକୁ ସମର୍ଥନ କରୁଥିବା ହିନ୍ଦୁଙ୍କୁ ଧନ୍ୟବାଦ ଜଣାଉଛି । ଆମେରି ସିଏଏ, ଏନଆରସି ଓ ଏନପିଆରକୁ ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁନାହିଁ । ଏହା ବିରୋଧରେ ଲଢେଇ ଜାରି ରହିବ ।’

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

Leave a Reply