spot_img

Latest Posts

ହଟ୍‌ସଟ୍‌ରୁ ଭିଡିଓ ଡିଲିଟ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା ବୋଲି କହିଲେ କୁନ୍ଦ୍ରାଙ୍କ ୪ କର୍ମଚାରୀ

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ଲାଗି ବଢିଲା ଅଡୁଆ। କୁନ୍ଦ୍ରାଙ୍କ ୪ କର୍ମଚାରୀ କହିଛନ୍ତି, ବିଭିନ୍ନ କ୍ଲିପକୁ ଡିଲିଟ କରିଦେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ଲିପଗୁଡିକ ହଟସଟସରେ ଲୋଡ କରାଯାଇଥିଲା। ପୋଲିସ କହିଛି ଆଣ୍ଡ୍ରଏଡ ଫୋନ ଲାଗି ଗୁଗୁଲ ଆପ ଷ୍ଟୋରରୁ ଏବଂ ଆପଲର ଆପ୍ ଷ୍ଟୋରରୁ ହଟସଟସ ଆପକୁ ବାହାର କରି ଦିଆଯାଇଥିଲା। ଏହା ବଦଳରେ ବଲିଫେମ ଆପ୍ ଆରମ୍ଭ ହୋଇଥିଲା। ଗିରଫ ପରେ ପରେ ରେକର୍ଡରୁ ଅନେକ ଡାଟା ଡିଲିଟ କରିଦିଆଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜାଣିପାରିଥିଲା।

ଗୁଇନ୍ଦା ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣାରେ ୟଶ ଠାକୁର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ତେଣେ କାନପୁରରେ ଥିବା ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିବା ଆକାଉଣ୍ଟକୁ ସିଜ୍ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ। ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଥିବା ପୋଲିସ ଜାଣିବାକୁ ପାଇଛି। ତେଣେ ତଦନ୍ତରୁ ସ୍ପଷ୍ଟ ହୋଇଛି ରାଜ କୁନ୍ଦ୍ରାଙ୍କ ପ୍ରଡକ୍ସନ କମ୍ପାନୀକୁ ଅରବିନ୍ଦ ଶ୍ରୀବାସ୍ତବ ଚଳାଉଥିଲେ ଏବଂ ତାଙ୍କ ପତ୍ନୀ ହର୍ଷିତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା। ସେପଟେ ଏହି ମାମଲାରେ ସମନ ପାଇଥିବା ଅଭିନେତ୍ରୀ ଶରଲିନ ଚୋପ୍ରା ଆଗୁଆ ଜାମିନ ଲାଗି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Latest Posts

Don't Miss