କେନ୍ଦ୍ରର ମାଗଣା ବୁଷ୍ଟର ଡୋଜ ନିଷ୍ପତ୍ତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଫ୍ରି କୋଭିଡ ଡୋଜ ପ୍ରଦାନ କରିବା ଲାଗି ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ  । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ  । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ  । ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସ୍ପେସାଲ ଡ୍ରାଇଭରେ ଯୋଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ।

ଦେଶରେ ସ୍ୱାଧନତାର ୭୫ ବର୍ଷ ଉତ୍ସବ ପାଳୁଥିବାବେଳେ କେନ୍ଦ୍ର ସରକାର ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛନ୍ତି  । ଯଦ୍ୱାରା ଅନେକ ଏଭଳି ଅମୃତ କାଳରେ ଦେଶବାସୀଙ୍କୁ ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  ।  ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏକ ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି  ।