ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ, ମଲ,ସ୍ପା ଓ ଜିମ୍‌ ଆଦି ବନ୍ଦ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ:   ଦେଶବ୍ୟାପୀ କରୋନା ସଂକ୍ରମଣ ବଢୁଥିବା ବେଳେ କୋଭିଡ ସଙ୍କଟକୁ ଦୂର କରିବା ପାଇଁ ଅରବିନ୍ଦ କେଜ୍ରିଓ୍ୱାଲ ସରକାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଶ୍ୱାସନା ଦେଇଛନ୍ତିଯେ, ଦିଲ୍ଲରେ ହସ୍ପିଟାଲର କୌଣସି ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦେବାପାଇଁ ଉଦ୍ୟମ କରାଯାଉଛି । ତେବେ କରୋନା ସଂକ୍ରମଣ ଚେନ୍‌ଭାଙ୍ଗିବା ଏହାର ଏକ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କର୍ଫ୍ୟୁ ସମୟରେ ଆପାତକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି ।

ସର୍ବସାଧାରଣ ସ୍ଥାନରେ ମଲ, ସ୍ପା, ଅଡିଟୋରିୟମ ଏବଂ ଜିମ ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି । ଅବଶ୍ୟ ସିନେମା ହଲ ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । କେବଳ ସେତିକି ନୁହେଁ ବରଂ ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି । ହସ୍ପିଟାଲରେ ଯେପରି ରୋଗୀଙ୍ଗୁ ଔଷଧ ଯୋଗାଇବାରେ କୌଣସି ସମସ୍ୟା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବା ସହିତ ପର୍ଯ୍ୟାପ୍ତ ଔଷଧ ଯେଗାଇ ଦିଆଯିବାର ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।

ଏହି ନିଷ୍ପତ୍ତି ଗୁରୁବାର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ନିଷ୍ବତ୍ତି ନିଆଯାଇଛି । ଶନିବାର ଏବଂ ରିବାର ସଂପୂର୍ଣ୍ଣ ତାଲାବନ୍ଦ ପାଇଁ ପ୍ରସ୍ତାବ ରଖିଛନ୍ତି ।

Leave a Reply