ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ ଓ ଉତ୍ତର ଓଡ଼ିଶା

ଭୁବନେଶ୍ବର : ପାର୍ବଣରେ ଟାଇଁ ଟାଇଁ ଖରା । ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ ଓ ଉତ୍ତର ଓଡ଼ିଶା । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ । ତାପମାତ୍ରା ୩୬ ଡିଗ୍ରୀ ସହ ୭୦ରୁ ୯୦ ପ୍ରତିଶତ ରହିବ ଆର୍ଦ୍ରତା । ଗୁରୁଚାପ ବଳୟ ପାଇଁ ଅଧିକାଂଶ ଜିଲ୍ଲାରେ ଶୁଷ୍କ ପାଗ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଭଳି ସହରରେ ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ରହୁଛି । ଫଳରେ ଏକ ଅସ୍ବାଭାବିକ ପାଗ ଅନୁଭବ କରୁଛନ୍ତି ଲୋକେ । ୫ ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ପୂର୍ବାହ୍ନରେ ଟାଣ ଖରା ହେଲେ ବି ଅପରାହ୍ନରେ କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହେଉଛି । ୫ ତାରିଖରୁ ବଢିପାରେ ବର୍ଷାର ପରିମାଣ ।