spot_img

Latest Posts

ଦେଶ ଚଳାଇବା ପାଇଁ ଅର୍ଥ ନାହିଁ: ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଖୁବ୍ ଖରାପ ବୋଲି ଏକ କାର୍ଯ୍ୟକ୍ରମରେ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏପରିକି ଦେଶ ଚଳାଇବା ପାଇଁ ପାଖରେ ପଇସା ନାହିଁ, ଯେଉଁଥିପାଇଁ ବିଦେଶରୁ କରଜ ଆଣିବାକୁ ପଡୁଛି । ବିଦେଶୀ ଋଣ ଓ ଟ୍ୟାକ୍ସ ରେଭିନ୍ୟୁ କମିବା ଏବେ ରାଷ୍‌ଟ୍ରୀୟ ପ୍ରସଙ୍ଗ ପାଲଟିଛି । ଆଉ  ସରକାରଙ୍କ ପାଖରେ ଜନକଲ୍ୟାଣ  ଉପରେ ଖର୍ଚ୍ଚ କରିବାକୁ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ଫେଡେରାଲ୍ ବୋର୍ଡ ଅଫ୍ ରେଭିନ୍ୟୁର ପ୍ରଥମ ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମର ଉଦଘାଟନ ସମୟରେ ଉପସ୍ଥିତ ଥିଲେ ଇମ୍ରାନ । ଇସଲାମବାଦରେ ସମ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ଦେଶ ଚଳାଇବା ପାଇଁ ପାଖରେ ପର୍ଯ୍ୟାନ୍ତ ପରିମାଣର ଅର୍ଥ ନାହିଁ।

ଯାହା ଆମ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଆମକୁ ବିଦେଶରୁ ଋଣ ଆଣିବାକୁ ପଡୁଛି। ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମ ଫଳରେ ବିଭିନ୍ନ ବ୍ୟବସ୍ଥାରେ ପାରଦର୍ଶିତା ଓ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରିଛି ପାକିସ୍ତାନ ।

Pakistan To Remain On The Grey List Of Terror Financing Watchdog Fatf

ଖାଲି ଏତିକି ନୁହେଁ ପାକିସ୍ତାନର ନେତା ମାନେ ବ୍ରିଟେନ୍ ଠାରୁ କିଛି ଶିଖନ୍ତୁ ବୋଲି ଇମ୍ରାନ କହିଛନ୍ତି । ସେଠାକାର ନେତାମାନେ ଲୋକଙ୍କ ପଇସାର ମୂଲ୍ୟ ବୁଝନ୍ତି । ବ୍ରିଟେନର ମନ୍ତ୍ରୀ ମାନେ ବିଦେଶ ଗସ୍ତ କଲେ ଇକୋନୋମିକ କ୍ଲାସରେ ଯାଆନ୍ତି । ଆଉ ପ୍ରଧାନମନ୍ତ୍ରୀ ଯେତେବେଳେ ଆମେରିକା ଯାଆନ୍ତି ସେତେବେଳେ ସେଠାକାର ଦୂତାବାସରେ ରହିଥାନ୍ତି । ହେଲେ ପାକିସ୍ତାନରେ ଶାସକ ମାନେ ଲୋକଙ୍କୁ ଟ୍ୟାକ୍ସ ଦେବାକୁ କେବେ ପ୍ରୋତ୍ସାହିତ କରନ୍ତି ନାହିଁ । ଯାହା ଦୁର୍ଭାଗ୍ୟ ପୂର୍ଣ୍ଣ ।

Latest Posts

Don't Miss