spot_img

Latest Posts

ନନ୍ଦିଗ୍ରାମରୁ ମମତାଙ୍କ ବିପକ୍ଷରେ ବିଜେପିରୁ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଶନିବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଦଳ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ନନ୍ଦିଗ୍ରାମ ହେଉଛି ସେହି ଆସନ ଯେଉଁ ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ ଲଢିବେ। ଏଥିରୁ ବିଜେପିର ନିର୍ବାଚନୀ ରଣନୀତି ସ୍ପଷ୍ଟ ବାରି ହେଉଛି । କାରଣ ଶୁଭେନ୍ଦୁ ଅଧିକାରୀ ଦିନେ ମମତାଙ୍କ ଦଳ ଟିଏମସର ନେତା ଥିଲେ ।

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୖେଠକ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗତ ମାର୍ଚ୍ଚ ୪ରେ ହୋଇଥିଲା। ଏହି ବୖେଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ଅନ୍ୟ ସମସ୍ତ ଦଳୀୟ ସଦସ୍ୟ ଉପସ୍ଥିତ ଥିଲେ।

Latest Posts

Don't Miss