୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ ବାଲେଶ୍ବର, ସହରର ଗଳିକନ୍ଦି ଜଳବନ୍ଦୀ

ବାଲେଶ୍ବର: ରେମୁଣା ରାସ୍ତା ଉପରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି । ଗତ ୪ ଦିନ ଧରି ଲଘୁଚାପ ବର୍ଷା ଲାଗି ରହିଛି । ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଚାଲୁଛି ।  ନୂଆସାହି ଛକରେ ଆଣ୍ଠୁଏ ଉଚ୍ଚର ପାଣି ଭିତରେ ଲୋକେ କାରବାର ହେଉଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।

ଷ୍ଟେସନ, ବାଲିଆ, ଗୁଡିପଦା ଅଞ୍ଚଳରୁ ପାଣି ଏହି ନାଳ ଦେଇ ନିଷ୍କାସନ ହୋଇଥାଏ । ନାଳ ସଫା ହୋଇ ନଥିବାରୁ ଏହି ସମସ୍ୟା ଦେଖା ଦେଇଛି । ବର୍ଷରେ ୪ ରୁ ୫ ଥର ଏମିତି ପରିସ୍ଥିତିର ସାମ୍ନା କରନ୍ତି ଲୋକେ । ପାଣି ଜମି ରହିବା ସହ ରାସ୍ତା ପାଖରେ ଥିବା ଦୋକାନ ଭିତରେ ପସି ଯାଇଛି । ଫଳରେ ଦୋକାନ ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି ।