spot_img

Latest Posts

ଉପରମୁଣ୍ଡରେ ବର୍ଷା କାରଣରୁ ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

ସମ୍ବଲପୁର: ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା। ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା। ତେବେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪୪ ୮୮୦ ‌‍କ୍ୟୁସେକ ଜଳ। ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି ୧୭ ୫୩୨ କ୍ୟୁସେକ ଜଳ। ୬୩୦ ଫୁଟ ସର୍ବାଧିକ ଜଳ ଧାରଣ କ୍ଷମତା ହୋଇଥିବାବେଳେ ବର୍ତମାନ ୬୦୧.୩୧ ରେ ପହଂଚିଛି ଜଳସ୍ତର। ସୂଚନା ଦେଲେ ହୀରାକୁଦ ଡ୍ୟାମ୍ କତୃପକ୍ଷ।

Latest Posts

Don't Miss