spot_img

Latest Posts

ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସା WFEOର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ : ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସା WFEOର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ। ନବଗଠିତ ଅନ୍ତର୍ଜାତୀୟ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଛନ୍ତି ଅଶୋକ। ବିଶ୍ୱସ୍ତରରେ ଭାରତର ଇଞ୍ଜିନିୟରିଂ ନେତୃତ୍ୱ ପାଇଁ ଏକ ଗୌରବମୟ ସ୍ୱୀକୃତି ଭାବେ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ପର୍ଯ୍ୟନ୍ତ ରହିବ । ଡବ୍ଲ୍ୟୁଏଫଇଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମୋଏଜ୍ ଚକଚକ୍ କହିଛନ୍ତି- ଏହି ନିଯୁକ୍ତି ଇଞ୍ଜିନିୟର ବସାଙ୍କ ଉଲ୍ଲେଖନୀୟ ନେତୃତ୍ୱ, ବୃତ୍ତିଗତ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରରେ ଇଞ୍ଜିନିୟରିଂର ଉତ୍କର୍ଷକୁ ଆଗେଇ ନେବା ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଫେଡେରେସନ୍‌ର ଆସ୍ଥାର ପ୍ରତିଫଳନ । ଏଥିସହିତ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସୁଶାସନ ପ୍ରତି ଡବ୍ଲ୍ୟୁ.ଏଫ.ଇ.ଓ. ର ପ୍ରତିବଦ୍ଧତାକୁ ସୁଦୃଢ଼ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଏହି କମିଟି ଡବ୍ଲ୍ୟୁଏଫଇଓର ଏକ୍ଜିକ୍ୟୁଟିଭ୍ ବୋର୍ଡ, ସଚିବାଳୟ ଏବଂ କମିଟିର ସଦସ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ । ଗତ ଡିସେମ୍ବର ୨୦୨୫ ରେ ଇଂ ବସା WFEOର ପ୍ରତିଷ୍ଠା ପରଠାରୁ ଏହାର ଆଭ୍ୟନ୍ତରୀଣ ଅଡିଟର ଭାବେ କାର୍ଯ୍ୟ କରିଥିବା

ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ । ଏହା ପୂର୍ବରୁ ସେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଡବ୍ଲ୍ୟୁ.ଏଫ.ଇ.ଓ. ର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏବଂ ଏହି ସମ୍ମାନଜନକ ନେତୃତ୍ୱ ପଦବୀ ଅଳଙ୍କୃତ କରିଥିବା ଦ୍ୱିତୀୟ ଭାରତୀୟ ହୋଇଥିଲେ । ଏଥିସହିତ, ସେ ୨୦୨୨–୨୦୨୩ ଏବଂ ୨୦୨୩–୨୦୨୫ ଅବଧିରେ ଡବ୍ଲ୍ୟୁ.ଏଫ.ଇ.ଓ. ର ଷ୍ଟ୍ରାଟେଜିକ୍ ପ୍ଲାନିଂ କମିଟି ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଡବ୍ଲ୍ୟୁ.ଏଫ.ଇ.ଓ. ର ପ୍ରଥମ ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ଇଞ୍ଜିନିୟର ଅଶୋକ ବସାଙ୍କ ନିଯୁକ୍ତି ଅନ୍ତର୍ଜାତୀୟ ଇଞ୍ଜିନିୟରିଂ ମଞ୍ଚରେ ଭାରତୀୟ ଇଞ୍ଜିନିୟରମାନଙ୍କର ବୃତ୍ତିଗତ ପ୍ରତିଷ୍ଠା ଓ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଭାବେ ପରିଗଣିତ ହେଉଛି । ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍ (ଆର.ଇ.ସି.) ଯାହା ବର୍ତ୍ତମାନର ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ.ଆଇ.ଟି.), ରାଉରକେଲାର ପୂର୍ବତନ ଛାତ୍ର ଇଞ୍ଜିନିୟର ବସାଙ୍କ ଏହି ନିଯୁକ୍ତି ମାଧ୍ୟମରେ ବିଶ୍ୱସ୍ତରରେ ସୁଶାସନ, ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଓ ପ୍ରତିଷ୍ଠାନଗତ ପରିଚାଳନା କ୍ଷେତ୍ରରେ ଭାରତୀୟ ଇଞ୍ଜିନିୟରିଂ ନେତୃତ୍ୱର ଅବଦାନ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି ହୋଇଛି ।

Latest Posts

Don't Miss