ଟଳିଲା ବନ୍ୟା ବିପଦ; ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳସ୍ତର ହ୍ରାସ

Water Level Decreasing In Different River, No Flood

ଭୁବନେଶ୍ୱର: ଟଳିଛି ବନ୍ୟା ବିପଦ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଥିବା ବେଳେ କିଛି ଜାଗାରେ ଛୋଟ ଧରଣର ବନ୍ୟା ହୋଇଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଥିବାରୁ ବନ୍ୟା ପରିସ୍ଥିତି ନାହିଁ । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଥିବାରୁ ଲୋକେ ଜଳବନ୍ଦୀ ଅଛନ୍ତି । ସେପଟେ ଭଦ୍ରକରେ ବୈତରଣୀ ନଦୀର ତଳମୁଣ୍ଡରେ ବନ୍ୟାପାଣି କମୁଛି ।

Water Level Decreasing In Different River, No Flood

ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନ ଠିକ ଭାବେ ହେଉନଥିବାରୁ ଏବେବି ବହୁ ଗାଁ ବନ୍ୟା ଘେରରେ ରହିଛି । ବନ୍ୟାପାଣି କମୁଥିବାରୁ ଆଖଣ୍ଡଳମଣି କୁଆଖିଆ ୨୦ ନଂ ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଛି । ହେଲେ ଏବେବି ୨ ଫୁଟ୍ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡି ରାସ୍ତାର ଆରଡି ନିକଟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

Water Level Decreasing In Different River, No Flood

ବୈତରଣୀ ନଦୀର ବନ୍ୟାଜଳ ଓଳଗ ପଞ୍ଚାୟତର ବୋଡକ, ଅମୃତମଣି, ଆରଡି ପଞ୍ଚାୟତର ମୁଆଁ, ସନ୍ତରା, ପାଲଟପୁର, ଶୀତଳପୁର ଆଦି ଗାଁରେ ବନ୍ୟାପାଣି ଗତ ୪ ଦିନ ହେଲା ଲହଡ଼ି ଭାଙ୍ଗୁଥିବାରୁ ଜଳବନ୍ଦୀ ହୋଇ ରହିଛନ୍ତି ଲୋକ । ଅନେକ ସ୍ଥାନରେ ନଳକୂପ ବୁଡ଼ି ଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି । ସେହିପରି ଶହ ଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି ।

Water Level Decreasing In Different River, No Flood

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଖୁଣ୍ଟଗାଁ ନିକଟ ଗଦାପାଲି ପୋଲ ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲୁଛି । ୨ଟି ପଞ୍ଚାୟତ ହଳଦୀକୁଦର, ଫୁଲଝର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ରାଉରକେଲା ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave a Reply