କୋଣାର୍କ ଜଳାର୍ଣ୍ଣବ,ପର୍ଯ୍ୟଟକ ହନ୍ତସନ୍ତ

1 min read

ପ୍ରବଳ ବର୍ଷାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଜଳାର୍ଣ୍ଣବ । ଲଗାଣ ବର୍ଷା ଯୋଗୁଁ ସୂର୍ଯ୍ୟ ମନ୍ଦିର ପରିସରରେ ପାଣି ଜମି ରହିଛି। ଆଉ ଏହି ବର୍ଷାରେ ହଇରାଣ ହେଉଛନ୍ତି ପର୍ଯ୍ୟଟକ । ଏମିତି କି କୋଣାର୍କ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଛତା ଧରି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଥିବା ବି ଦେଖିବାକୁ ମିଳିଛି ।  ଅନ୍ୟ ଦିନ ଭଳି କୋଣାର୍କକୁ ପର୍ଯ୍ୟଟକଙ୍କ ଭିଡ ଜମି ନଥିଲେ ମଧ୍ୟ ସକାଳୁ ସକାଳୁ କିଛି ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିସରରେ ବୁଲିବା ସହ ବର୍ଷାର ମଜା ଉଠାଇଛନ୍ତି ।

ତେବେ ତୁହାକୁ ତୁହା ବର୍ଷା ଯୋଗୁଁ କିଛି ଦୋକାନ ବଜାର ବନ୍ଦ ରହିଥିବାବେଳେ ବର୍ଷାରୁ ରକ୍ଷା ପାଇବା ପାଇଁ ଏଏସଆଇ ପକ୍ଷରୁ କୈାଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ପର୍ଯ୍ୟଟକମାନେ ହଇରାଣ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ')}

Leave a Reply