spot_img

Latest Posts

‘ରାମାୟଣ’ ପ୍ରଯୋଜକଙ୍କ ଅଫିସରେ ଚଢ଼ଉ

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ । କିନ୍ତୁ ଏଥର ଚର୍ଚ୍ଚା ବଜେଟ କିମ୍ବା ଷ୍ଚାର କାଷ୍ଟ ପାଇଁ ନୁହେଁ ବରଂ ଫିଲ୍ମ ପ୍ରଯୋଜକଙ୍କ ଅଫିସ ଉପରେ ଆୟକର ବିଭାଗର ଚଢଉ ପାଇଁ ହେଉଛି ।

ଦୀପାବଳି ଅବସରରେ ରିଲିଜ ହେବାକୁ ଥିବା ବର୍ଷର ସବୁଠୁ ବଡ଼ ଫିଲ୍ମ ‘ରାମାୟଣ’ର ପ୍ରଯୋଜକ ନମିତ ମଲହୋତ୍ରାଙ୍କ ପ୍ରାଇମ ‘ଫୋକସ ଲିମିଟେଡ଼ କମ୍ପାନୀ’ର ମୁମ୍ବାଇସ୍ଥିତ ଅଫିସରେ ବୁଧବାର ଆୟକର ବିଭାଗ ଚଢ଼ଉ କରିଥିଲା । କମ୍ପାନୀ ଜରିଆରେ ବିଦେଶକୁ ବେଆଇନ ଭାବେ ଟଙ୍କା ପଠାଯାଇଥିବା ଆୟକର ବିଭାଗ ଆଶଙ୍କା କରୁଛି । କିଛି ଦିନ ତଳେ ଏହି ମାମଲାରେ ବଲିଉଡ଼ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ  ଭଗନାନି ଓ ପାନୋରମା ଷ୍ଟୁଡ଼ିଓ ଉପରେ ଚଢଉ ହୋଇଥିଲା । ସେଠାରୁ ମିଳିଥିବା ସୂଚନାକୁ ଆଧାର କରି ଏହି ଚଢ଼ଉ କରାଯାଇଥିବା କୁହାଯାଉଛି । ଅବଶ୍ୟ ଆୟକର ବିଭାଗ ଏନେଇ କୌଣସି ଆନୁଷ୍ଠାନିକ ଭାବେ ବୟାନ ଜାରି କରିନାହିଁ ।

ନମିତ ମଲହୋତ୍ରାଙ୍କ ‘ଫୋକସ ଲିମିଟେଡ଼ କମ୍ପାନୀ’ଏକ ପ୍ରମୁଖ ମିଡ଼ିଆ ଓ ମନୋରଞ୍ଜନ ସେବା ପ୍ରଦାନକାରୀ କମ୍ପାନୀ ଅଟେ । ଏହା ଭିଜୁଆଲ ଇଫେକ୍ଟସ୍ , ଆନିମେସନ୍ ଓ ପୋ।ଷ୍ଟ ପ୍ରଡ଼କ୍ସନ୍ କାମ କରିଥାଏ । ତେବେ ଏହି କମ୍ପାନୀର ଅଧିକାଂଶ କାମ ବିଦେଶରୁ ପରିଚାଳିତ ହୋଇଥାଏ । ଏହାର ରାଜସ୍ବର ୯୨ ପ୍ରତିଶତ ଅଂଶ ବିଦେଶରୁ ଆସୁଥିବା ସୂଚନା ମିଳିଛି ।

ନମିତ ମଲହୋତ୍ରାଙ୍କ ପ୍ରଯୋଜନା ଓ ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ ପାର୍ଟ ୧’ରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମାତା ସୀତା ଓ ୟଶ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମର ଅଫିସିଆଲ୍ ଥିଏଟ୍ରିକାଲ୍ ରିଲିଜ୍ ନଭେମ୍ବର ୫ରେ ହେବାକୁ ଥିବା ଜଣାପଡ଼ିଥିବା ବେଳେ, ପେଡ଼୍ ପ୍ରିଭ୍ୟୁ ନଭେମ୍ବର ୪ ତାରିଖ ବୁଧବାର ହେବ। ଅର୍ଥାତ୍ ଦର୍ଶକମାନେ ଟିକେଟ୍ ବୁକ୍ କରି ଫିଲ୍ମଟିକୁ ଗୋଟିଏ ଦିନ ପୂର୍ବରୁ ଦେଖିବାର ସୁଯୋଗ ପାଇପାରିବେ। ଫିଲ୍ମର ଅନ୍ତର୍ଜାତୀୟ ରିଲିଜ୍ ସୂଚୀକୁ ଦୃଷ୍ଟିରେ ରଖି ଏହି ପେଡ୍ ପ୍ରିଭ୍ୟୁ ଯୋଜନା କରାଯାଇଥିବା କୁହାଯାଉଛି।

 

Latest Posts

Don't Miss