spot_img

Latest Posts

ପାପର ପ୍ରାୟଶ୍ଚିତ କଲେ ସୁଖବିନ୍ଦର ସିଂହ ବାଦଲ

ଚଣ୍ଡିଗଡ଼ : ପାପର ପ୍ରାୟଶ୍ଚିତ। ଅପରାଧର ଦଣ୍ଡ ବିଧାନ। ବେକରେ ସିଲଟ ଝୁଲାଇ ସେବା କଲେ। ଏପରି ଦଣ୍ଡ ଭୋଗିଛନ୍ତି, ପ୍ରାୟଶ୍ଚିତ କରିଛନ୍ତି ପଂଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ବାଦଲ। ଆଜି ସକାଳେ ସେ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ଗେଟ୍ ବସି ସେବା କରିଛନ୍ତି। ସେବାଦାର ଭାବେ ସେବା କରିଛନ୍ତି। ତାଙ୍କର ଶଳା ବିକ୍ରମ ସିଂହ ମଝିଠା ମଧ୍ୟ ସ୍ଵର୍ଣ୍ଣମନ୍ଦିରରେ ସେବା କରିଛନ୍ତି। ସେଠାରେ ଲୋକଙ୍କ ଅଇଁଠା ଥାଳି ସଫା କରିଛନ୍ତି ବିକ୍ରମ ସିଂହ।

ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହଙ୍କୁ ଶିଖ ଧର୍ମର ସର୍ବୋଚ୍ଚ ସଂଗଠନ ଅକାଲ୍ ତଖକ୍ତ ଦଣ୍ଡ ଦେଇଥିଲେ। ସେମାନେ ସରକାରରେ ଥିବା ବେଳେ ଧର୍ମଦ୍ରୋହୀ କାମ କରିଥିବାର ଅଭିଯୋଗ ହୋଇଥିଲା। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ୍ ୨୦୧୫ରେ ଗୁରୁଗ୍ରନ୍ଥ ସାହିବକୁ ଅପମାନ ଦେଇଥିବା ବେଳେ ସୁଖବିନ୍ଦର ସିଂହ ତାଙ୍କୁ ସମର୍ଥନ କରିଥିବାର ଅଭିଯୋଗ ହୋଇଥିଲା।ଏହାର ଦଣ୍ଡ ସ୍ଵରୂପ ସେବାଦାର ଭାବେ ବିଭିନ୍ନ ଗୁରୁଦ୍ଵାରା ଓ ଲଙ୍ଗରରେ କାମ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ସେବା କରିଛନ୍ତି ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହ।

Latest Posts

Don't Miss