ଟି-ଟ୍ୱେଣ୍ଟି ଫର୍ମାଟ ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି

1 min read
Virat Kohli to step down as Twenty20 International captain after T20I World Cup

ମୁମ୍ବାଇ: ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ପୂର୍ବରୁ ବିରାଟ କୋହଲି ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନ ଘୋଷଣା କରିଛନ୍ତି ଯେ, ସେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିବେ । ସୋସିଆଲ ମିଡିଆରେ ଟ୍ୱିଟ୍ କରି ବିରାଟ ଏସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ବ୍ୟାଟ୍ସ ମ୍ୟାନ୍ ଭାବେ ଏହି ଫର୍ମାଟକୁ ଖେଳିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେବେ ବିରାଟ ଅଧିନାୟକତ୍ୱ ଛାଡିବା ପରେ କିଏ ତାଙ୍କ ସ୍ଥାନ ନେବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କ୍ୟାପଟେନ୍ ପଦ ଦୌଡରେ ରୋହିତ ଶର୍ମାଙ୍କ ନାମ ଆଗରେ ରହିଛି ।

ବିରାଟ କୋହିଲି ନିଜ ନିଷ୍ପତ୍ତି ବାବଦରେ ସୂଚନା ଦେଇ ଲେଖିଛନ୍ତି ଯେ, ମୁଁ ନିଜ ପାଖ ଲୋକଙ୍କ ସହିତ ପରାମର୍ଶ ପରେ ଏହି ନିଷ୍ପତ୍ତି ନେଇଛି । ରୋହିତ ଶର୍ମା ଓ ରବି ଶାସ୍ତ୍ରୀଙ୍କ ସହିତ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ମୁଁ ନେଇଛି । ଟି-୨୦ ବିଶ୍ୱକପ ପରେ ମୁଁ ଟି ଟ୍ୱେଣ୍ଟି ଫର୍ମାଟର ଅଧିନାୟକତ୍ୱ ଛାଡି ଦେବି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ ସମେତ ସମସ୍ତ ସିଲେକ୍ଟରଙ୍କ ସହିତ ଏ ବାବଦରେ ଆଲୋଚନା କରିଥିଲି । ମୁଁ ଭାରତୀୟ ଟିମର ସେବା କରିବା ଜାରି ରଖିବି ।

Leave a Reply