ବିଶ୍ବକପରେ ପୁଣି ଆଉ ଏକ କିର୍ତ୍ତୀମାନ ରଚିଲେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲି ଚଳିତ ବିଶ୍ବକପରେ ଦମଦାର ଫର୍ମରେ ରହିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ବିରାଟ କୋହଲି ଆଉ ଏକ ନୂଆ କିର୍ତ୍ତୀମାନ ହାସଲ କରିବା ସହ ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଗୋଟିଏ ବିଶ୍ବକପ ସିଜିନରେ କୋହଲି ୭ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ପୂର୍ବରୁ ସଚିନ ଏବଂ ବାଂଲାଦେଶ ଅଧିନାୟକ ସାକିବ ଅଲ୍ଲ ହାସନ ଏହି ରେକର୍ଡ କରିଛନ୍ତି । ସଚିନ ୨୦୦୩ ବିଶ୍ବକପରେ ୭ରୁ ମ୍ୟାଚରେ ୫୦ରୁ ଅଧିକ ସ୍କୋର କରିଥିବାବେଳେ ସାକିବ ୨୦୧୯ ବିଶ୍ବକପରେ ଏହି ରେକର୍ଡ ହାସଲ କରିଥିଲେ । କିନ୍ତୁ ଚଳିତ ବିଶ୍ବକପରେ କୋହଲି ଏହି ରେକର୍ଡ ହାସଲ କରିଥିବାବେଳେ ସେମିଫାଇନାଲରେ ଆଉ ଏକ ବଡ଼ ସ୍କୋର କରି ନୂଆ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ରହିବେ ।

ଚଳିତ ବିଶ୍ବକପରେ ସର୍ବାଧିକ ସ୍କୋର କରିଛନ୍ତି ବିରାଟ କୋହଲି । କୋହଲି ୫୯୪ ରନ କରିଥିବାବେଳେ ଡିକକ ୫୯୧ ରନ କରିଛନ୍ତି । ଚଳିତ ବିଶ୍ବକପରେ କୋହଲି ୫ ଅର୍ଦ୍ଧଶତକ କରିଥିବାବେଳେ ୨ଟି ଶତକ ମଧ୍ୟ ହାସଲ କରିଛନ୍ତି । ବଡ଼ ପାଳି ଖେଳିବା ସହ ଏକ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ସେପଟେ ଆଜି ନେଦରଲାଣ୍ଡସକୁ ଭେଟୁଥିବା ଭାରତ ଏକ ବଡ଼ ସ୍କୋର କରିବ ବୋଲି ଆଶା କରାଯାଉଛି ।