ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆ ଦେଲା ଗାର୍ଡ ଅଫ୍ ଅର୍ନର

1 min read

ନୂଆଦିଲ୍ଲୀ: ମୋହଲିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚଟି ବିରାଟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚଟି ବିରାଟଙ୍କ କ୍ୟାରିୟର ୧୦୦ତମ ଟେଷ୍ଟ ମ୍ୟାଚ୍ । ଆଉ ଏହାକୁ ଅବିସ୍ମରଣୀୟ କରିବାକୁ ଟିମ୍ ଇଣ୍ଡିଆ ଆପଣେଇଛି ଭିନ୍ନ ତରିକା । ଟିମ୍ ଇଣ୍ଡିଆ ଯେତେବେଳେ ଫିଲ୍ଡିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ ସେତେବେଳେ  ବିରାଟଙ୍କୁ ଟିମର ଖେଳାଳିମାନେ ଗାର୍ଡ ଅଫ୍ ଅର୍ନର ଦେଇଥିଲେ । ଟିମ୍ ଇଣ୍ଡିଆ ମୋହଲି ମ୍ୟାଚରେ ୫୭୪ ରନ କରିଥିଲା ।

ଏହାର କିଛି ସମୟ ପରେ ହିଁ ଟିମ୍ ଫିଲ୍ଡିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା  । ଟିମ୍ ଯେତେବେଳେ ମଇଦାନକୁ ଓହ୍ଲାଇଥିଲା ସେତେବେଳେ ସବୁ ଖେଳାଳି ସାମ୍ନାସାମ୍ନି ଛିଡ଼ା ହୋଇ ବିରାଟଙ୍କୁ ଗାର୍ଡ ଅଫ୍ ଅର୍ନର ଦେଇଥିଲେ ।  ବିରଟ କୋହଲି ମଧ୍ୟ ରୋମାଞ୍ଚକ ଭାବେ ଫିଲ୍ଡ ଭିତରକୁ ପ୍ରବେଶ କରିଥିଲେ । ଏବଂ ତାପରେ ବିରାଟ ଅଧିନାୟକ ରୋହିତ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ସୂଚନା ଅନୁସାରେ, ଏହା ପୂର୍ବରୁ ବିରାଟଙ୍କୁ ଟେଷ୍ଟ ଆରମ୍ଭରରୁ ମଧ୍ୟ ସମ୍ମାନୀତ କରାଯାଇଥିଲା । କୋଚ ରାହୁଲ ଦ୍ରାବିଡ଼ ବିରାଟଙ୍କୁ ଏକ ଟୋପି ପିନ୍ଧାଇ ଥିଲେ ଯେଉଁଥିରେ ତାଙ୍କ ନାଁ ଏବଂ ଟେଷ୍ଟ ନମ୍ବର ରହିଥିଲା । ଏହି ମମୟରେ ବିରାଟଙ୍କ ପତ୍ନି ଅନୁଷ୍କା ଶର୍ମା ମଧ୍ୟ ମଇଦାନରେ ଉପସ୍ଥିତ ଥିଲେ ।

Leave a Reply