୧୦୦ ତମ ମ୍ୟାଚରେ ୮ ହଜାର ରନ କ୍ଲବରେ ସାମିଲ ହେଲେ ବିରାଟ

1 min read

ମୋହଲି: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ଖେଳାଯାଉଥିବା ପ୍ରଥମ ମ୍ୟାଚ ଭାରତ ପାଇଁ ଏକ ଐତିହାସକ ଅଟେ । କାହିଁକି ନା ଏହି ମ୍ୟାଚରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ଅଟେ । ତେବେ ନିଜର ୧୦୦ ତମ ମ୍ୟାଚରେ ୮ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ୮ ହଜାର ରନ କରିବାରେ ବିରାଟ ହେଉଛନ୍ତି ଷଷ୍ଠ ଖେଳାଳି । ବିରାଟ ଏହି ସଫଳତା ୧୬୯ ଇନିଂସରେ ପୂରଣ କରିଛନ୍ତି ।

ବିରାଟଙ୍କ ବ୍ୟତୀତ ସଚିନ୍ ତେନ୍ଦୁଲକର ୧୫୪ ଇନିଂସରେ ୮ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି । ସେହିପରି ୧୫୭ଟି ଇନିଂସରେ ରାହୁଲ ଦ୍ରାବିଡ, ୧୬୦ ଇନିଂସରେ ବିରେନ୍ଦ୍ର ସେହଓ୍ୱାଗ, ୧୬୬ ଇନିଂସରେ ସୁନୀଲ ଗାଭାସ୍କର ଓ ୨୦୧ ଇନିଂସରେ ଭିଭିଏସ ଲକ୍ଷ୍ମଣ ଏହି ଉପଲବ୍ଧି ହାସଲ କରିଛନ୍ତି ।

Leave a Reply