ଲଗାତାର ପରାଜୟ ପରେ କୋହଲିଙ୍କ ପରିବାରକୁ ମିଳୁଛି ଧମକ
1 min readଭାରତ ଲଗାତାର ଟି-ଟ୍ବଣ୍ଟି ୱାର୍ଲ୍ଡ କପ୍ ୨୦୨୧ର ଦୁଇଟି ମ୍ୟାଚ୍ ହାରିବା ପରେ ସେମିଫାଇନାଳକୁ ପହଁଚିବାକୁ ଭାରତ ପାଇଁ ହୋଇପାରେ କଷ୍ଟକର ବ୍ୟାପାର । ସେମିଫାଇନାଲରେ ପହଁଚିବାକୁ ହେଲେ ଭାରତୀୟ ଖେଳାଳିମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ପାକିସ୍ତାନ ସହ ପ୍ରଥମ ମ୍ୟାଚ୍ ୧୦ ୱିକେଟରେ ହାରିବା ପରେ ଗତକାଲି ଦ୍ବିତୀୟ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ସହ ୮ ୱିକେଟରେ ଭାରତ ପରାସ୍ତ ହୋଇଥିଲା । ମ୍ୟାଚରେ ଭାରତ ଜିତିବାର ଆଶା ରଖିଥିଲେ ପ୍ରଶଂସକ । ମାତ୍ର ଶେଷରେ ଏ ଆଶା ଆଶାରେ ହିଁ ରହିଗଲା । ଗତକାଲି ଭାରତ ମ୍ୟାଚ୍ ହାରିବା ପରେ ଖେଳାଳିମାନେ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି ।
This makes me want to puke. Rape threats to a toddler from the RW because @imVkohli did the decent thing called out bigotry & supported his teammate. These bigots belong in jail pic.twitter.com/WaTLjIQCDb
— Swati Chaturvedi (@bainjal) October 31, 2021
ଭାରତ ଏହି ମ୍ୟାଚ୍ ହାରିବା ପରେ କୋହଲିଙ୍କ ପରିବାରକୁ ଧମକଭରା ଫୋନ କଲ ଆସୁଛି ବୋଲି ଖବର ପାଇଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇମାମ ଉଲ୍ । ଇମାମ ନିଜ ୟୁଟୁବ ଚ୍ୟାନେଲ ‘ଦ ମ୍ୟାଚ୍ ୱିନରରେ’ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଗତକାଲି ଟିଭି ଦେଖୁଥିବା ସମୟରେ କୋହଲିଙ୍କ ଝିଅଙ୍କ ପାଇଁ ଧମକଭରା ଫୋନ ଆସୁଛି ବୋଲି ଶୁଣିଥିଲେ । କୋହଲିଙ୍କ କ୍ୟାପଟେନସିପ୍ ହେଉ କି ତାଙ୍କ ଖେଳ ପ୍ରଦର୍ଶନୀ ଏହା ଉପରେ ନିଶ୍ଚିତ ସମସ୍ତେ ନିଜ ମତାମତ ଦେଇପାରିବେ । ମାତ୍ର ତାଙ୍କ ପରିବାରକୁ ଏଥିରେ ଜଡ଼ିତ କରିବା ଉଚିତ୍ ନୁହେଁ ।
ଇମାମ ଏହା ମଧ୍ୟ କହିଛନ୍ତି କିଛି ଦିନ ପୂର୍ବରୁ ମହମ୍ମଦ ସାମ୍ମୀଙ୍କ ସହ ଠିକ୍ ଏହିପରି ଘଟଣା ଘଟିଥିଲା । ଏହା କେବଳ ଏକ ମ୍ୟାଚ୍ ଆଉ ଖେଳରେ ହାରିବା ଜିତିବା ଲାଗି ରହିଥାଏ । ଭାରତୀୟ ଟିମ୍, ଖେଳାଳୀଙ୍କ ବ୍ୟାଟିଂ, ବୋଲିଂ ଏ ସବୁକୁ ନେଇ ଆପଣ ଆଲୋଚନା କରିପାରିବେ । ଖେଳାଳୀମାନେ କେବେ ଭଲ ତ କେବେ ଖରାପ ପ୍ରଦର୍ଶନୀ କରିଥାନ୍ତି । କାରଣ ଏହା କାହା ହାତର କଥା ନୁହଁ । ଏ ସବୁକୁ ଖେଳ ଭିତରେ ହିଁ ସୀମିତ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।