କଂଗ୍ରେସ ଯୁବରାଜଙ୍କ ସାଥିରେ ଭାଇରାଲ ଯୁବତୀ ଜଣଙ୍କ କିଏ ?

ନନ୍ଦିଘୋଷ ବ୍ୟୁରୋ: ରାହୁଲଙ୍କ ସାଥିରେ ଥିବା ଯୁବତୀ ଜଣଙ୍କ ନେପାଳର ନା ଚାଇନାର ?   କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭିଡିଓରେ ଦୃଶ୍ୟମାନ ଏ  ମହିଳା ଜଣଙ୍କ କିଏ ? ନେପାଳରେ ଚାଲିଥିଲା ନାଇଟ କ୍ଲବ  । କଂଗ୍ରେସ ଯୁବରାଜଙ୍କ ପାଖରେ ଥିଲେ ଜଣେ ସୁନ୍ଦରୀ ତରୁଣୀ  । ରାହୁଲଙ୍କ ନାଇଟକ୍ଲବର ପାର୍ଟି ଯେତିକି ବିବାଦୀୟ ନୁହେଁ, ସେତିକି ବିବାଦୀୟ କରିଦେଇଛି ପାର୍ଟିରେ ଏହି ଯୁବତୀଙ୍କ  ଉପସ୍ଥିତି  ।

ଦାବି ହେଉଛି ଉକ୍ତ ତରୁଣୀ ଜଣଙ୍କ ନେପାଳର ନୁହଁନ୍ତି, ବଂର ଚାଇନାର  । ନେପାଳରେ ଚାଇନାର ଦୂତାବାସ ଭାବେ ନିଯୁକ୍ତ ଅଛନ୍ତି ହୋଉ ୟାଙ୍କି  । ଅନ୍ୟ କେତେକ ମିଡିଆ ରିପୋର୍ଟ କହୁଛି, ଭାଇରାଲ ଯୁବତୀ ଜଣଙ୍କ ହୋଉ ୟାଙ୍କି ନୁହଁନ୍ତି  । କିନ୍ତୁ ନେପାଳରେ ଥିବା ଚାଇନା ରାଷ୍ଟ୍ରଦୂତଙ୍କୁ ନେଇ ଆସିଛି ଅନେକ ତଥ୍ୟ  । ଆଉ ତଥ୍ୟର ନାଗ ଫାସରେ ଫସିବାକୁ ଯାଉଛନ୍ତି କଂଗ୍ରେସ ରାଜକୁମାର  ।

ଯେତେବେଳେ ନେପାଳରେ କେପି ଶର୍ମା ଓଲି ସରକାର ରହିଥିଲା, ସେତେବେଳେ ସାମ୍ନାକୁ ଆସିଥିଲେ ଚାଇନା ରାଷ୍ଟ୍ରଦୂତ  । ଭାରତ ବିରୋଧରେ ଜୋରଦାର କରିଥିଲେ ୟୋଜନା  । ନେପାଳରେ ଚଲାଇଥିଲେ ଆଣ୍ଟି ଇଣ୍ଡିଆ କ୍ୟାମ୍ପନିଂ  । କେବଳ ଏତିକି ନୁହେଁ କେପି ଶର୍ମା ଓଲି ସରକାରକୁ ବଞ୍ଚାଇବା ପାଇଁ ମଧ୍ୟ ଅନେକ ପ୍ରୟାସ କରିଥିଲେ ୟାଙ୍କି  ।

ଚୀନର କୂଟନୈତିକ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏହି ଯୁବତୀ  । ନେପାଳରେ ଚୀନ ରାଷ୍ଟ୍ରଦୂତ ଭାବେ ୨୦୧୮ରେ ନିଯୁକ୍ତ ହୋଇଥିଲେ  । ୧୯୯୮ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପାକିସ୍ତାନରେ ମଧ୍ୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ସମ୍ପାଦନ କରିଛନ୍ତି  । ଏମିତିକି ପାକିସ୍ତାରେ ଲୋକ ସମ୍ପର୍କ କରିବା ଏବଂ ଅନେକ ଗୁଇନ୍ଦା ତଥ୍ୟ ଜାଣିବା ପାଇଁ ଉର୍ଦ୍ଦୁ ଭାଷା ମଧ୍ୟ ଶିଖିଥିଲେ  ।  ଯେତେବେଳେ ନେପାଳ ନିଜର ନୂଆ ନକ୍ସା ତିଆରି କରିଥିଲା  । ଏବଂ ଭାରତର ଅନେକ ଅଞ୍ଚଳକୁ ନିଜ ଦେଶର ସୀମାରେ ପ୍ରଦର୍ଶିତ କରାଇଥିଲା । ସେ ନକ୍ସା ପଛରେ ମଧ୍ୟ  ରହିଥିଲା  ଏହି ଯୁବତୀଙ୍କ ହାତ  ।

ଏତିକିରେ ସରୁନି ଚାଇନା ରାଷ୍ଟ୍ରଦୂତ ହୋଉ ୟାଙ୍କିଙ୍କ କାରନାମା  । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ହନି ଟ୍ରାପରେ ଫସାଇଦେଇଥିଲେ  । ରିଟାୟର୍ଡ ମେଜର ଗୌରବ ଦାବି କରନ୍ତି , ଚାଇନା ପାଖରେ ରହିଥିଲା ଓଲିଙ୍କ ଅନେକ ଗୁପ୍ତ ଭିଡ଼ିଓ  । ଆଉ ଏ ସବୁର ମାଷ୍ଟର ମାଇଣ୍ଡ ଥିଲେ ରାଷ୍ଟ୍ରଦୂତ ୟାଙ୍କି  । କେବଳ ମେଜର ଗୌରବ ନୁହଁନ୍ତି, ଅନେକ ବ୍ୟକ୍ତି ମଧ୍ୟ ୟାଙ୍କି ଏବଂ ଓଲିଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛନ୍ତି  । ଏବେ ଉକ୍ତ ମହିଳାଙ୍କ ସହ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ଭିଡିଓ ନୂଆ ବିବାଦ ଠିଆ କରିଛି  ।

ମାର୍ଚ୍ଚ ୨ ବିଳମ୍ବିତ ରାତିରେ ଫେସବୁକରେ ସେୟାର ହୋଇଥିଲା ରାହୁଲଙ୍କ ଏହି ଭିଡ଼ିଓ  । ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ପାର୍ଟି କରୁଥିବା ନଜର ଆସିଥିଲେ  । ଦୁଇଟି ଭିଡ଼ିଓ ଭାଇରାଲ ହେଉଥିବାବେଳେ, ଗୋଟିକରେ ଫୋନରେ ବିଜି ରହିଥିବାବେଳେ ଅନ୍ୟ ଭିଡ଼ିଓରେ ଜଣେ ଯୁବତୀଙ୍କ ନିକଟରେ ଠିଆ ହେଇ ରହିଛନ୍ତି କଂଗ୍ରେସ ସାଂସଦ  । ଯୁବତୀ ଜଣଙ୍କ କାନରେ ରାହୁଲ କିଛି କହୁଥିବା ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି  । ଭୁପେନ କୁମ୍ବେର ନାମକ ଜଣେ ଯୁବକ ପ୍ରଥମେ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ  । ପରେ ନେପାଳରୁ ସିଧା ଭାରତରେ ଭାଇରାଲ ହୋଇଥିଲା କଂଗ୍ରେସ ଯୁବରାଜଙ୍କ ମଉଜ  ।