୨୩ ବର୍ଷର ରେସଲିଂ କ୍ୟାରିୟରରୁ ସନ୍ନ୍ଯାସ ନେଲେ ଭିନେଶ ଫୋଗଟ

1 min read

ନୂଆଦିଲ୍ଲୀ : ରେସଲିଂରୁ ସନ୍ନ୍ଯାସ ନେଲେ ଭିନେଶ ଫୋଗଟ। ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହା ଘୋଷଣା କରିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ନିଶ୍ଚିତ ପଦକ ଦୌଡରେ ଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଲାଗିଥିଲା ଶକ୍ତ ଝଟକା । ସେ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନିଜ ୨୩ ବର୍ଷର ରେସଲିଂ କ୍ୟାରିୟରରୁ ସନ୍ୟାସ ନେବା କଥା ଲେଖିଛନ୍ତି । ସେ ଭାବବିହ୍ୱଳ ହୋଇ କୁସ୍ତି ଜିତିଗଲା ମୁଁ ହାରିଗଲି ବୋଲି ଲେଖି ନିଜ ମାଙ୍କୁ କ୍ଷମା ମାଗିଛନ୍ତି । ଏବଂ ନିଜ ସ୍ୱପ୍ନ ଏବଂ ପରିଶ୍ରମ ଏପରି ଚୁରମାର୍ ହୋଇଯାଇଥିବାରୁ ସେ ଭାଙ୍ଗିପଡିଛନ୍ତି ।

ଗତକାଲି  ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ଯ ଘୋଷଣା କରାଯାଇଥିଲା । ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ । ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ରାତିରେ ଫାଇନାଲ ମୁକାବିଲା ଥିଲା । ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ଯ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି । ଆଜି ଜିତିଥିଲେ ଭିନେଶ ସ୍ବର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୋପ୍ଯ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି ।