ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍, ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ନୂଆଦିଲ୍ଲୀ : ପ୍ଯାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍ । ଫାଇନାଲ ଆଗରୁ ଭାରତକୁ ବଡ଼ ଝଟକା । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ଯ ହେଲେ ଘୋଷିତ । ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଡିସକ୍ବାଲିଫାଏଡ୍ ଘୋଷିତ ହେଲେ । ୫୦ କିଲୋ ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ । ଗତକାଲି ଫାଇନାଲକୁ ଯାଇଥିଲେ ଫୋଗଟ । ଆଜି ରାତିରେ ହୋଇଥାନ୍ତା ଫାଇନାଲ ମୁକାବିଲା, ହେଲେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଚୁରମାର୍ ହୋଇଗଲା ଭାରତର ସ୍ୱର୍ଣ୍ଣ ସ୍ୱପ୍ନ। ଜିତିଥିଲେ ସୁନା ନଚେତ୍ ହାରିଥିଲେ ରୌପ୍ଯ ଜିତିଥାନ୍ତେ ଫୋଗଟ୍  । ନିଶ୍ଚିତ ପଦକରୁ ବଞ୍ଚିତ ହେଲେ ଭିନେଶ ଫୋଗଟ ।

ଅନ୍ୟପକ୍ଷରେ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଲେଖିଛନ୍ତି ଯେ, ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ପୂର୍ବରୁ ଅଯୋଗ୍ୟ ଘୋଷଣା ଶୁଣିବା ଦୁଃଖ ଦାୟକ ।