ବେଦାନ୍ତ ବିରୋଧରେ ଗାଁ ଲୋକଙ୍କ ଧାରଣା

1 min read

ବେଦାନ୍ତ ବିରୋଧରେ ଲୋକଙ୍କ ଅଭିଯୋଗ । ଅଞ୍ଚଳର ବିକାଶ କରୁନି କି ଚାକିରି ଦେଉନି । ଫଳରେ ଦାଦନ ଖଟିବାକୁ ଯାଉଛନ୍ତି ଲୋକ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ପ୍ରତିଷ୍ଠାର ଦୀର୍ଘବର୍ଷ ପରେ ବି ଅଞ୍ଚଳ ଯେତିକି ବିକଶିତ ହେବା କଥା ସେମିତି ହୋଇପାରିନାହିଁ ବୋଲି ଲୋକେ କହିଛନ୍ତି। ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏମିତି ଅନେକ ସମସ୍ୟା ଭିତରେ ଅତିଷ୍ଠ ହୋଇ ପଡ଼ିଥିବା ଗୋପୀନାଥପୁର ଗ୍ରାମବାସୀ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ବେଦାନ୍ତ ବିକାଶ ମୂଳକ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି ଶତାଧିକ ଗ୍ରାମବାସୀ । ରେଳ ଧାରଣାରେ ଆନ୍ଦୋଳନ କରିବା ସହ କଞ୍ଚାମାଲ ନେଇ ବେଦାନ୍ତ ଯାଉଥିବା ମାଲବାହୀ ଟ୍ରେନକୁ ଅଟକାଇଛନ୍ତି । ଲାଞ୍ଜିଗଡ଼ ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କମ୍ପାନୀ ଲୋକଙ୍କର ପ୍ରମୁଖ ଦାବି ଗୁଡ଼ିକ ପୂରଣ ନକରିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ')}

Leave a Reply