spot_img

Latest Posts

ଜୀବନ ନେଲା ବିଷାକ୍ତ ମଦ, ଚିକିଟି ବଜାରରେ ଶବ ରଖି ଧାରଣାରେ ଗ୍ରାମବାସୀ

ଚିକିଟି: ଗଞ୍ଜାମ ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଅସୁସ୍ଥଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଚିକିଟି ଜେନାପୁର ବାସୀଙ୍କ ଧାରଣା। ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଆନ୍ଦୋଳନକାରୀ ଦାବି କରିଥିବାବେଳେ ସରକାର ଆସି ଆଲୋଚନା କରିବାକୁ ଦାବି କରିଛନ୍ତି। ଚିକିଟି ବଜାର ଉପରେ ଶବ ରଖି ଜେନାପୁରବାସୀ ଧାରଣା ଦେଇଛନ୍ତି।

ସେପଟେ ନୂଆଁ ଗାଁ ପୋଲିସ ଏହି ଘଟଣାରେ ଗିରଫ କରିଥିବା ୭ ଅଭିଯୁକ୍ତଙ୍କୁ ରାତିରେ କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ନିର୍ମଳା ସାହୁ, ବାୟା ସାହୁ, ବାପିନୀ ସାହୁ, ରବି ସାହୁ ଓ ଦେବରାଜ ବିଷୋୟୀ। ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଯୁର ବେହେରାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଚିକିଟି ଜେନାପୁର ବାସିନ୍ଦା।

ତାଙ୍କର ମୃତ୍ଯୁ ନେଇ ସୂଚନା ଦେଇଛନ୍ତି ସାନପୁଅ ଶିବ ବେହେରା। ମୃତକଙ୍କ ଶବ ଏମକେସିଜି ମେଡିକାଲ କଲେଜ ଏଫଏମଟିରେ ଶବ ରହିଥିବା ସୂଚନା ମିଳିଛ। ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ୨୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ପୁତ୍ର ତଥା ବିଜୁ ଜନତା ଦଳ ଯୁବ ନେତା ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଅସୁସ୍ଥମାନଙ୍କ ସହ ଆଲୋଚନା କରିଛନ୍ତି। ଚିକିଟି NAC ଅଧ୍ୟକ୍ଷା ସମେତ ବିଜେଡିର ଏକ ଟିମ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ମଦମୁକ୍ତ ନାରା ଦେଉଥିବା ବିଜେପି ସରକାର ଉପରେ ବର୍ଷିଛନ୍ତି ଶ୍ରୀରୂପ ଦେବ। ମଦ ବନ୍ଦ କରିବା ଲାଗି ଗତ ଫେବୃଆରୀରୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ବି ପ୍ରଶାସନ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।

Latest Posts

Don't Miss