ଭିଜିଲାନ୍ସ ଜାଲରେ ଵ୍ଲକ ସହାୟକ ଯନ୍ତ୍ରୀ, ରେଡ୍ କରୁଛି 4ଟି ଟିମ

ରାଉରକେଲା: ଭିଜିଲାନ୍ସ ଜାଲରେ ଵ୍ଲକ ସହାୟକ ଯନ୍ତ୍ରୀ । ସୁନ୍ଦରଗଡ଼ ବଡ଼ଗାଁ ଵ୍ଲକ ସହାୟକ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ନିଜସ୍ବ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର 4ଟି ଟିମ ରେଡ କରୁଥିବା ନେଇ ସୂଚନା ହସ୍ତଗତ ହୋଇଛି ।
ଗୋଟିଏ ସମୟରେ ପର୍ଶୁରାମଙ୍କ ରଙ୍ଗାଢିପା ଵାସଭବନ, ଲେଫ୍ରିପଡା ପୈତୃକ ବାସଭବନ ଓ ବଡ଼ଗାଁ ଅଫିସରେ ଚଢାଉ ହୋଇଛି । ଚଢାଉ ସମୟରେ ସୁନ୍ଦରଗଡ଼ରେ ଗୋଟିଏ ତିନି ମହଲା କୋଠା , ଗୋଟିଏ କାର, ତିନୋଟି ବାଇକ ଓ ଭୁବନେଶ୍ବରରେ ଗୋଟିଏ ପ୍ଲଟ ଠାବ କରାଯାଇଥିବା ଭିଜିଲାନ୍ସ ଡିଏସପି ସୁଚନା ଦେଇଛନ୍ତି ।