ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧିକ୍ଷକଙ୍କ ଘରେ ରେଡ୍

Vigilance Raid Former In Charge Superintendent Of OSWC Titilagarh

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ସକାଳୁ ରେଡ୍ କରିଛି ଭିଜିଲାନ୍ସ । ବଲାଙ୍ଗିର ସହରର ପ୍ୟାଲେସ ଲାଇନ୍ ସମେତ ସହରର ଚାରୋଟି ସ୍ଥାନରେ ଭିଜିଲାନ୍ସର ଚାରୋଟି ଟିମ୍ ଚଢ଼ାଉ ଜାରି ରଖିଛି ।

Vigilance Raid Former In Charge Superintendent Of OSWC Titilagarh

ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ପ୍ୟାଲେସ ଲାଇନରେ ଥିବା ୨ଟି ଘର, ରାଜେନ୍ଦ୍ର ପଡ଼ାରେ ଗୋଟିଏ ଘର ଓ ସଦର ବ୍ଲକ ଅନ୍ତର୍ଗତ ଖଟବାହଲି ଗାଁରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।

Vigilance Raid Former In Charge Superintendent Of OSWC Titilagarh

ଗଣପତି ପୁରୋହିତ ଟିଟିଲାଗଡ଼ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଭାରପ୍ରାପ୍ତ ଅଧିକ୍ଷକ ଭାବେ କାର୍ଯ୍ୟ କରି ଗତ ବର୍ଷ ମେ’ ମାସରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ନାଁରେ ପଣ୍ୟାଗାର ନିଗମରୁ କୋଟି କୋଟି ଟଙ୍କାର ଚାଉଳ ହେରଫେର କରିଥିବା ଅଭିଯୋଗ ରହିଛି । ପୂର୍ବରୁ ୨୦୦୯ ମସିହାରେ ମଧ୍ୟ ଗଣପତିଙ୍କ ଉପରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Leave a Reply