ବିଧାନସଭା ନିର୍ବାଚନ ପାଇଁ ୪ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହେଲା ତାରିଖ ଘୋଷଣା

ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରାଙ୍କ ପ୍ରେସ୍ମିଟ୍। ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସାମରେ ୩ ଟି ପର୍ଯ୍ୟାୟରେ ହେବ ମତଦାନ। ମାର୍ଚ୍ଚ ୨୭ ତାରିଖରେ ଆସାମରେ ହେବ ଭୋଟ। ଆସାମରେ ବିଧାନସଭା ନିର୍ବାଚନ ୩ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ପାଇଁ ହେବ ମତଦାନ। ତେବେ ଆସାମରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୯। ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ତାରିଖ ରହିଛି ୧୨ ମାର୍ଚ୍ଚ। ନିର୍ବାଚନର ଫଳାଫଳ ମେ ୨ ରେ ଆସିବ।
ସେହିପରି ତାମିଲନାଡୁ ଏବଂ କେରଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ୬ ଏପ୍ରିଲରେ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ମେ ୨ରେ ଭୋଟ୍ ଗଣନା କରାଯିବ।
ସେପଟେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ମାର୍ଚ୍ଚ ୧୯ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଥିବା ବେଳେ ୨୨ ମାର୍ଚ୍ଚରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ତେବେ ଏପ୍ରିଲ ୬ରେ ହେବ ନିର୍ବାଚନ। ମେ ୨ ରେ ନିର୍ବାଚନର ଫଳାଫଳ ବାହାରିବ।
ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ହେବ ମତଦାନ। ପ୍ରଥମ ପର୍ଯ୍ୟାୟରେ ମତଦାନ ମାର୍ଚ୍ଚ ୨୭ ରେ ବଙ୍ଗଳାରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ୩୦ଟି ଆସନ ପାଇଁ ୧ ଏପ୍ରିଲରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ୩୧ଟି ଆସନ ପାଇଁ ଏପ୍ରିଲ ୬, ଚତୁର୍ଥ ପର୍ଯ୍ୟାୟ ୪୪ଟି ଆସନ ପାଇଁ ୧୦ ଏପ୍ରିଲରେ, ପଞ୍ଚମ ପର୍ଯ୍ୟାୟ ୪୫ଟି ଆସନ ପାଇଁ ୧୭ ଏପ୍ରିଲରେ, ଷଷ୍ଠ ପର୍ଯ୍ୟାୟ ୪୩ଟି ଆସନ ପାଇଁ ୨୨ ଏପ୍ରିଲରେ, ସପ୍ତମ ପର୍ଯ୍ୟାୟ ୩୬ଟି ଆସନ ପାଇଁ ୨୬ ଏପ୍ରିଲରେ, ଅଷ୍ଠମ ପ୍ରର୍ଯ୍ୟାୟ ୩୫ଟି ଆସନ ପାଇଁ ୨୯ ଏପ୍ରିଲରେ ହେବ ନିର୍ବାଚନ।