ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍

ଭୁବନେଶ୍ବର: ଏଣିକି ପ୍ରତ୍ୟେକ ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡିରେ ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନୂଆ ପ୍ଲେଟ ଲଗାଇବା ପାଇଁ ଗାଡି ମାଲିକଙ୍କୁ ତିନି ମାସ ସମୟ ଦିଆଯିବ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ଟାଇମ ଲାଇନ ସ୍ଥିର କରାଯାଇଛି । ଡିସେମ୍ବର ୩୧ ତାରିଖ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ଦିନ । ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।