ହକି ବିଶ୍ବକପ ପାଇଁ ବିଶ୍ବ ଦରବାରରେ ଚମକୁଛି ରାଉରକେଲା, ବେଦପାଠ କରି ନବୀନଙ୍କୁ କୃତଜ୍ଞତା

ରାଉରକେଲା: ଷ୍ଟିଲସିଟିକୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବର ସର୍ବବୃହତ ଷ୍ଟାଡିୟମ ରାଉରକେଲାରେ ନିର୍ମାଣ କରି ବିଶ୍ବ ଦରବାରରେ ରାଉରକେଲାକୁ ଗର୍ବିତ କରିଛନ୍ତି । ହକି ବିଶ୍ବକପ ମାଧ୍ୟମରେ ଓଡ଼ଶାର ସଂସ୍କୃତି ବିଶ୍ବରେ ପ୍ରଚାର ହେଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ବ୍ରହ୍ମଚାରୀ ଓ ଆଚାର୍ଯ୍ୟ । ବେଦପାଠ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି କୃତଜ୍ଞତା ।

ହକି ବିଶ୍ବକପ ପାଇଁ କିଛି ଦିନ ପୂର୍ବରୁ ଆକାଶ ପଥରେ ରାଉରକେଲାକୁ ଯୋଗାଯୋଗ ଆରମ୍ଭ ହୋଇଛି । ଏହା ସହ ରାଉରକେଲାରେ ସର୍ବବୃହତ ଷ୍ଟାଡିୟମ ବି ନିର୍ମାଣ ହୋଇଛି  ।